ଭବାନୀପାଟଣା,୨୭।୪( ସ୍ବ.ପ୍ର.): କଳାହାଣ୍ଡିରେ ଥମୁନି ଦାଦନ ସମସ୍ୟା। ପୁଣି ନିର୍ଯାତିତ ହୋଇଛନ୍ତି ଶ୍ରମିକ। ତେଲଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶେଷରେ ୩୦ରୁ ଊଦ୍ଧର୍ବ ଶ୍ରମିକ ତେଲଙ୍ଗାନାରୁ ଲୁଚିକି ଗାଁକୁ ଫେରିଛନ୍ତି। ଗୁରୁବାର ନ୍ୟାୟ ପାଇଁ ସେମାନେ କଳାହାଣ୍ଡି ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଏ ନେଇ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ତେଲଙ୍ଗାନାରେ ଏବେବି କେତେଜଣ ନାବାଳିକା ଫସି ରହିଥିବା ସେମାନେ କହିଛନ୍ତି। ସମସ୍ତେ ଜିଲାର ଲାଞ୍ଜିଗଡ଼ ବ୍ଲକ ଅଧୀନ ବିଜେପୁର, ମାଲିଜୁବାଙ୍ଗ, କାନକୁଟ୍ରୁ ଅଞ୍ଚଳର। ତେଲଙ୍ଗାନାର ଏକ ଚିଙ୍ଗୁଡ଼ି କମ୍ପାନୀରେ ସେମାନେ କାମ କରୁଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ନିର୍ଯାତନା ସହ ମାଡ଼ ମରାଯାଇଥିବା ନେଇ ସେମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି।
Posted inଆମ ଜିଲା ଖବର, କଳାହାଣ୍ଡି