୩ ଦିନରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଭୁବନେଶ୍ୱର,୪ା୧୨(ସତ୍ୟଜିତ୍‌ ରାଉତ): ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ଡିସେମ୍ବର ପ୍ରଥମ ସପ୍ତାହକୁ ରାଜ୍ୟ ସରକାର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଭାବେ ପାଳନ କରୁଛନ୍ତି। ବ୍ୟାପକ ସଚେତନତା ସହ ରାସ୍ତାରେ ଚେକିଂ, ଆହତଙ୍କୁ ତୁରନ୍ତ ଉଦ୍ଧାର, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ନେବାକୁ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ ଏହି ସପ୍ତାହ ଆରମ୍ଭରୁ ଦୁର୍ଘଟଣା ବଢ଼ିବା ଚିନ୍ତା ବଢ଼ାଇଛି। ‘ଶୂନ୍ୟ ମୃତ୍ୟୁ ସପ୍ତାହ’ର ପ୍ରଥମ ୩ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ ଦୁର୍ଘଟଣା କମାଇବାକୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଡିସେମ୍ବର ୧ ଶୁକ୍ରବାର କେନ୍ଦୁଝର ଜିଲା ବାଲିଯୋଡ଼ି ନିକଟ ଜାତୀୟ ରାଜପଥ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ପାହାଳ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଶନିବାର ନୂଆପଡ଼ା ଜିଲା ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଛକରେ ଡମ୍ପର ଧକ୍କାରେ ବଡ଼ବାପା ଓ ଝିଆରୀଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଦିନ ଭୁବନେଶ୍ୱର ନୟାପଲ୍ଲୀ ଡେଲ୍‌ଟା ଛକରେ ସ୍କୁଟି ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ରବିବାର ମଧ୍ୟ ପାହାଳ ଓ ଚନ୍ଦ୍ରଶେଖରପୁରରେ ଘଟିଥିବା ପୃଥକ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ରାଜ୍ୟ ପରିବହନ ବିଭାଗର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଗତ ଏପ୍ରିଲ ୧ରୁ ୭ ପର୍ଯ୍ୟନ୍ତ ପ୍ରଥମ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ହୋଇଥିଲା। ଉକ୍ତ ସପ୍ତାହରେ ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମାଲକାନଗିରି, ନୟାଗଡ଼ ଓ ସମ୍ବଲପୁରରେ ଦୁର୍ଘଟଣାରେ କୌଣସି ମୃତ୍ୟୁ ହୋଇ ନ ଥିଲା। ହେଲେ ଅନ୍ୟ ଜିଲାଗୁଡ଼ିକରେ ପ୍ରାୟ ୧୨୫ ବଡ଼ ଦୁର୍ଘଟଣାରେ ୭୦ ଜଣଙ୍କ ଜୀବନ ଯାଇଥିଲା। ଏସବୁ ଦୁର୍ଘଟଣା ପାଇଁ ପରିବହନ ବିଭାଗ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ଦାୟୀ କରିଥିଲା। ଜାତୀୟ ରଜପଥଗୁଡ଼ିକରେ ବେଆଇନ ପାର୍କିଂ, ବ୍ରେକ୍‌ଡାଉନ୍‌ ହୋଇଥିବା ବଡ଼ଗାଡ଼ି ଏବଂ ମୃତ ପଶୁପକ୍ଷୀଙ୍କୁ ରାସ୍ତା ମଝିରେ ହଟା ନ ଯିବା ଆଦି କାରଣରୁ ଦୁର୍ଘଟଣା ଅଧିକ ଘଟିଲା ବୋଲି ବିଭାଗ କହିଥିଲା। ହେଲେ ଏହାର ସ୍ଥାୟୀ ନିରାକରଣ ପାଇଁ ପଦକ୍ଷେପ ନିଆ ନ ଯାଇ ଏବେ ରାଜ୍ୟ ପରିବହନ ବିଭାଗ ପୁରୁଣା ଢ଼ଙ୍ଗରେ ଏନ୍‌ଏଚ୍‌ଆଇକୁ ଦୋଷ ଦେଇ ଚିଠି ଲେଖିଛି।
ରାଜ୍ୟରେ ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ୨୦୨୩ ଜାନୁୟାରୀରୁ ସେପ୍ଟେମ୍ବର ଅର୍ଥାତ ୯ ମାସ ମଧ୍ୟରେ ରାଜ୍ୟରେ ୮ ହଜାର ୯୩୯ ସଡ଼କ ଦୁର୍ଘଟଣାରେ ୪ ହଜାର ୧୭୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ହଜାର ୮୯୮ଜଣ ଆହତ ହୋଇଥିଲେ। ତେବେ ଦ୍ରୁତଗତି, ରାସ୍ତାରେ ବେଆଇନ ପାର୍କିଂ, ଖରାପ ରାସ୍ତା, ମଦ୍ୟପାନ, ବିନା ହେଲ୍‌ମେଟ୍‌, ରଙ୍ଗ୍‌ ସାଇଡ୍‌ ଓ ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇବା ଆଦି ଯୋଗୁ ଦୁର୍ଘଟଣା ଘଟୁଛି। କିନ୍ତୁ ସଚେତନତା ଦିଗରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଦୁର୍ଘଟଣା ବଢ଼ୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri