ଭୁବନେଶ୍ୱର,୧୭।୧(ବ୍ୟୁରୋ): ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ ରହିଛନ୍ତି। ଜାନୁୟାରୀ ୧ରୁ ସୋମବାର ପର୍ଯ୍ୟନ୍ତ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ୨ ଦିନ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳିନ ସେବା ଚାଲୁ ରହିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।