Categories: ଜାତୀୟ

ସିନ୍ଧୁ ସୀମାରେ ତିନି ଶହରୁ ଅଧିକ କୃଷକ ଅସୁସ୍ଥ, କରୋନା ପରୀକ୍ଷା ପାଇଁ ଅରାଜି!

ନୂଆଦିଲ୍ଲୀ,୬ ।୧୨: ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି । ସିନ୍ଧୁ ସୀମାରେ ଧାରଣାରତ ୩ଶହରୁ ଅଧିକ କୃଷକ ଏବେ ଅସୁସ୍ଥ ହୋଇ ପଡିଥିବା କୁହ।।ଯାଉଛି । ଏମାନେ ଥଣ୍ଡା, ସର୍ଦ୍ଦି , ଜ୍ୱର ଓ କାଶରେ ପୀଡ଼ିତ ଥିବା ଲକ୍ଷ୍ୟ କରାଯାଇଛି । ହେଲେ କରୋନା ଟେଷ୍ଟ ପାଇଁ ଏମାନେ କୁଆଡେ ରାଜି ହେଉ ନାହାନ୍ତି । ସେମାନଙ୍କ କହିବା କଥା ହେଲା ସେମାନଙ୍କୁ କରୋନା ଟେଷ୍ଟ କରିବାକୁ କହି ଆନ୍ଦୋଳନରୁ ହଟାଇ ଦେବାକୁ ପ୍ରୟାସ କରାଯାଉଛି । ଅନ୍ୟପଟେ କୃଷକଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ପାଇଁ ଦିଲ୍ଲୀ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୃଷି ଆଇନକୁ ବିରୋଧ କରି ପାଖାପାଖି ୧୦ ଦିନ ହେବ ଦିଲ୍ଲୀ, ହରିୟାଣ. ପଞ୍ଜାବ ଆଦିର କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ସରକାରଙ୍କ ସହ ଆଲୋଚନା ପରେ ବି ଏହାର କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଲିଖିତ ପ୍ରତିଶ୍ରୁତି ସହ କୃଷି ଆଇନକୁ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି କୃଷକ ।

Share