ଜିଲାର ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଆଜିଯାଏ ପହଞ୍ଚିନି ବିଦ୍ୟୁତ୍‌ ସେବା

କୋରାପୁଟ,୩୦ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ ୧୯ତମ ଜିଲା ବିଦ୍ୟୁତ୍‌ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର ଚାଲିଥିବା ବିଭିନ୍ନ ଯୋଜନାରେ କିପରି ବିଦ୍ୟୁତକରଣ କରାଯାଇଛି ସେ ସମ୍ପର୍କରେ ପ୍ରଥମେ କୋରାପୁଟ ଓ ଜୟପୁର ଉପଖଣ୍ଡର ବିସ୍ତୃତ ତଥ୍ୟ ବୈଠକରେ ପ୍ରଦାନ କରାଯାଇଥିଲା। ଜିଲାର ୧୮୯୯ଟି ରାଜସ୍ବ ଗ୍ରାମ,୨୭୩୩ଟି ପଡ଼ାରେ ବିଦ୍ୟୁତ୍‌ ଯୋଗାଣ ବିଭିନ୍ନ ଯୋଜନାରେ କରାଯାଇଥିବା ବିଷୟ ଦୁଇ ଉପଖଣ୍ଡର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତଥ୍ୟ ପ୍ରଦାନ କରିଥିଲେ। ଏବେବି ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ ଯୋଗାଇ ଦିଆଯାଇ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ୧୪ଟି ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଫିଡର,ସବ୍‌ଷ୍ଟେଶନ,୨୫କେଭି,୧୧କେଭି ଲାଇନଗୁଡିକର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ୧୪ଟି ବ୍ଲକରେ ପୁଲିଂ ବୁଥ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବିଦ୍ୟୁତକରଣ କରାଯାଇଛି ତା’ ସହ ବିଭିନ୍ନ ବ୍ଲକରେ ଓରିଡ଼ା ଦ୍ୱାରା ସୋଲାର ସଂଯୋଗ ଦିଆଯାଇଛି ତଥାପି କିଛି ଗ୍ରାମ ଓ ହାମ୍‌ଲେଟ୍‌ ଏବଂ ଘରୋଇ ଯୋଗାଣ ବାକି ରହିଥିବା ବିଷୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବଳକା ଥିବା ଆବାସିକ ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ିଗୁଡିକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦେବାପାଇଁ ଦାବି କରାଯାଇଛି। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ତୁରନ୍ତ ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକୁ ସର୍ଭେ କରି ବିଦ୍ୟୁତ୍‌ ଯୋଗାଇବା ପାଇଁ ଦାବି କରିଥିଲେ। ଅନ୍ୟପଟେ ଉଠା ଜଳସେଚନ, ସେବାଶ୍ରମ ସ୍କୁଲଗୁଡ଼ିକୁ ତୁରନ୍ତ ବିଦ୍ୟୁତ୍‌ ଯୋଗାଣ ସହ ବିନା ଅନୁମତିରେ ବିଦ୍ୟୁତ୍‌ ନ କାଟିବା ପାଇଁ କର୍ତ୍ତୃପକ୍ଷକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତାଗିଦ କରିଛନ୍ତି। ଜୟପୁରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଚିହ୍ନଟ ଜମିରେ ତୁରନ୍ତ ଦୁଇଟି ପୋଲ ଉଠାଇବା ପାଇଁ ଜିଲାପାଳ ଭି କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ତେନ୍ତୁଳିଗୁମ୍ମାକୁ ସର୍ଭେ କରି ତୁରନ୍ତ ବିଦ୍ୟୁତ୍‌ ଯୋଗାଣ କରାଯାଉ ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥ ମନ୍ଦିରରୁ ଚୋରି

ନୟାଗଡ଼,୨୦।୨(ଲୋକନାଥ ମିଶ୍ର): ବୁଧବାର ରାତିରେ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିର କବାଟର କଡା ଭାଙ୍ଗି ଜଗନ୍ନାଥଙ୍କ କିରଟି ଓ...

ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣା: ୪ ଶିକାରୀ ଗିରଫ

ଦେବଗଡ,୨୦।୨(ଶେଖର ଝାଙ୍କର): ରିଆମାଳ ବନ୍ୟାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେରେ...

ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ମୃତ

କଣ୍ଟାପଡ଼ା,୨୦ା୨ (ସୁରନାରାୟଣ ସାହୁ): କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଡିମିରି ଗ୍ରାମପଞ୍ଚାୟତର ନୋଦା ନୋଡାଲ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ବୁଧବାର ଅପରାହ୍ନରେ ଜଣେ...

ବରଯାତ୍ରୀ ଶୋଭାଯାତ୍ରାରେ ଭୁଜାଲି ମାଡ଼, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୧୯ା୨(ଦ୍ୱିତୀକୃଷ୍ଣ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରାରେ ଭୁଜାଲିମାଡ଼ରେ ଜଣେ ଗୁରୁତର ଘଟଣାରେ ପୋଲିସ ମଙ୍ଗଳବାର...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ନିଲମ୍ବିତ

ଭୁବନେଶ୍ଵର, ୧୯।୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।...

ଲକ୍ଷାଧିକ ଟଙ୍କାର ହେରୋଇନ୍‌ ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ସୁନାପାଲିରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ହେରୋଇନ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ...

୬୦ ବୋତଲ କଫ୍‌ସିରପ ଜବତ, ଜଣେ ଗିରଫ

ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ଝୁପୁଡ଼ିପଡ଼ାରୁ ଅବକାରୀ ବିଭାଗ ମୋବାଇଲ୍‌ ୟୁନିଟ୍‌ ୬୦ ବୋତଲ ନିଶା କଫ ସିରପ୍‌ ଜବତ...

କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା: ଏବିଭିପିର ବିକ୍ଷୋଭ

ଭବାନୀପାଟଣା,୧୯ା୨(ଉତ୍ତମ କୁମାର ଦାଶ):  ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ରବିବାର ୨୦ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image