ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର ରାଜ୍ୟରେ ୩,୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି। ଗୁରୁବାର ରାଜ୍ୟରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨,୦୬୯ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୫୬୨ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୦୬ ଓ କଟକରୁୁ ୪୩୮ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୦୪, ବାଲେଶ୍ୱର ୨୬୨, ବରଗଡ଼ ୫୦, ଭଦ୍ରକ ୧୭୮, ବଲାଙ୍ଗୀର ୩୬, ବୌଦ୍ଧ ୮୪, ଦେବଗଡ଼ ୨୮, ଢ଼େଙ୍କାନାଳ ୧୧୪, ଗଜପତି ୧୮, ଗଞ୍ଜାମ ୨୭, ଜଗତସିଂହପୁର ୯୨, ଯାଜପୁର ୩୦୫, ଝାରସୁଗୁଡ଼ା ୧୯, କଳାହାଣ୍ଡି ୪୧, କନ୍ଧମାଳ ୪୮, କେନ୍ଦ୍ରାପଡ଼ା ୧୨୦, କେନ୍ଦୁଝର ୬୮, କୋରାପୁଟ ୮୦, ମାଲକାନଗିରି ୫୬, ମୟୁରଭଞ୍ଜ ୧୧୨, ନବରଙ୍ଗପୁର ୧୦୮, ନୟାଗଡ଼ ୧୦୬, ନୂଆପଡ଼ା ୧୯, ପୁରୀ ୧୯୯, ରାୟଗଡ଼ା ୭୯, ସମ୍ବଲପୁର ୩୭, ସୁବର୍ଣ୍ଣପୁର ୫୦, ସୁନ୍ଦରଗଡ଼ ୮୩ ଓ ଷ୍ଟେଟ ପୁଲରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୬,୬୯୨ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୧୭,୩୫୯ଜଣ ସୁସ୍ଥ ହୋଇଥିବା ବେଳେ ୪୫,୮୦୯ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share