ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର ରାଜ୍ୟରେ ୩,୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଶନିବାର ରାଜ୍ୟରେ ୩,୪୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧,୯୫୪ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୪୭୩ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୫୩ ଓ କଟକରୁୁ ୩୯୬ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୩୮, ବାଲେଶ୍ୱର ୨୬୧, ବରଗଡ଼ ୫୨, ଭଦ୍ରକ ୧୩୯, ବଲାଙ୍ଗୀର ୪୦, ବୌଦ୍ଧ ୩୧, ଦେବଗଡ଼ ୨୨, ଢ଼େଙ୍କାନାଳ ୭୮, ଗଜପତି ୨୭, ଗଞ୍ଜାମ ୨୬, ଜଗତସିଂହପୁର ୧୦୮, ଯାଜପୁର ୨୮୫, ଝାରସୁଗୁଡ଼ା ୧୦, କଳାହାଣ୍ଡି ୩୫, କନ୍ଧମାଳ ୪୧, କେନ୍ଦ୍ରାପଡ଼ା ୧୧୧, କେନ୍ଦୁଝର ୪୭, କୋରାପୁଟ ୭୨, ମାଲକାନଗିରି ୩୮, ମୟୁରଭଞ୍ଜ ୧୬୨, ନବରଙ୍ଗପୁର ୬୦, ନୟାଗଡ଼ ୧୪୨, ନୂଆପଡ଼ା ୨୦, ପୁରୀ ୨୧୭, ରାୟଗଡ଼ା ୯୪, ସମ୍ବଲପୁର ୩୨, ସୁବର୍ଣ୍ଣପୁର ୩୦, ସୁନ୍ଦରଗଡ଼ ୭୮ ଓ ଷ୍ଟେଟ ପୁଲରୁ ୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୩,୯୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୨୯,୮୫୧ଜଣ ସୁସ୍ଥ ହୋଇଥିବା ବେଳେ ୪୦,୪୭୧ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share