ପ୍ୟାରିସ୍,୫।୧୦: ଫ୍ରାନ୍ସ୍ରେ ଥିବା କ୍ୟାଥଲିକ୍ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନ ଦିଆଯାଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କ ସଂଖ୍ୟା ୩,୦୦୦ରୁ ଅଧିକ ବୋଲି କୁହାଯାଉଛି। ମଙ୍ଗଳବାର ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ନିର୍ଯାତନା ଦେଇଥିବା ଲୋକଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ଧର୍ମଯାଜକ ରହିଛନ୍ତି। ସେମାନେ ୭୦ ବର୍ଷ ଧରି ଚର୍ଚ୍ଚ ଦାୟିତ୍ୱରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଏକ ନିରପେକ୍ଷ କମିଶନ ଦ୍ୱାରା ଏସମ୍ପର୍କିତ ୨,୫୦୦ ପୃଷ୍ଠାର ତଥ୍ୟ ପ୍ରକାଶିତ ହୋଇଛି। ଏହା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ବୋଲି କମିଶନର ଅଧ୍ୟକ୍ଷ ଜିନ୍ ମାର୍କ ସୌଭ କହିଛନ୍ତି। ୭୫ ଜଣ ନାବାଳକଙ୍କୁ ୧୦ ବର୍ଷ ଧରି ଯୌନ ନିର୍ଯାତନା ଦିଆଯାଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏନେଇ ବହୁ ମାମଲା ବିଚାରାଧୀନ ରହିଥିବା କୁହାଯାଉଛି।