ନୂଆଦିଲ୍ଲୀ,୨୩।୨ : ମ୍ୟାନମାର ଏବଂ ବାଂଲାଦେଶରୁ ଅସିଥିବା ବହୁ ସଂଖ୍ୟକ ଶରଣାର୍ଥୀ ମିଜୋରାମ ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୧,୦୫୦ ଲୋକ ମ୍ୟାନମାରରୁ ଆସିଥିବାବେଳେ ୫୪୧ ଲୋକ ବାଂଲାଦେଶରୁ ଆସିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବାଂଲାଦେଶର ଲୋକମାନେ ଲଙ୍ଗଲାଇ ଜିଲାର ଆଠଟି ଗ୍ରାମର ୧୬୦ ଟି ଶିବିରରେ ରହୁଛନ୍ତି।
ଫେବୃଆରୀ ୨୦୨୧ ରେ ମ୍ୟାନମାରରେ ହୋଇଥିବା ସାମରିକ ସରକାରଙ୍କ କ୍ଷମତା ଦଖଲ ପରେ ସେଠାକାର ଲୋକେ ଜୀବନ ଭୟରେ ମିଜୋରାମ ପହଞ୍ଚିଥିଲେ। ସେହିପରି ବାଂଲାଦେଶର ଚଟଗାଓଁରୁ ଶରଣାର୍ଥୀମାନେ ମଧ୍ୟ ଆସିଛନ୍ତି।
ମିଜୋରାମର ମ୍ୟାନମାର ସହିତ ୫୧୦ କିଲୋମିଟର ଲମ୍ବା ସୀମା ଅଛି। ଅପରପକ୍ଷରେ ବାଂଲାଦେଶ ସହିତ ୩୧୮ କିଲୋମିଟର ଲମ୍ବା ସୀମା ରହିଛି। ରାଜ୍ୟ ସରକାର ମ୍ୟାନମାରର ଶରଣାର୍ଥୀଙ୍କ ଆଶ୍ରୟ ପାଇଁ ୩.୮ କାଟି ଟଙ୍କା ପ୍ରଦାନ କରିଛନ୍ତି। ଅପରପକ୍ଷରେ ବାଂଲାଦେଶୀ ଶରଣାର୍ଥୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି।