ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍‌, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚରେ ଭାରତ ବିଜୟୀ ହୋଇଛି। ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ମ୍ୟାଚରେ ଚକା ଛଉକା ରେକର୍ଡ ହେଉଥିବାବେଳେ ମ୍ୟାଚ ଦେଖୁଥିବା ଉତ୍ସାହୀ ଦର୍ଶକମାନେ ମଧ୍ୟ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍‌ ଦେଇଛନ୍ତି। ଶନିବାର ଭାରତ-ପାକିସ୍ତାନ ମ୍ୟାଚକୁ ଡିସନି ପ୍ଲସ ହଟଷ୍ଟାର୍‌ ଅର୍ଥାତ୍‌ ଓଟିଟି ପ୍ଲାଟଫର୍ମରେ ୩.୫ କୋଟି ଲୋକ ଲାଇଭ ଦେଖିଥିଲେ। ଅଦ୍ୟାବଧି, ଏହା ପୂର୍ବରୁ ଏତେ ସଂଖ୍ୟକ ଲୋକ ଓଟିଟିରେ କୌଣସି କ୍ରିକେଟ ମ୍ୟାଚ ଲାଇଭ ଦେଖି ନ ଥିଲେ।

ଦିନିକିଆ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି, ଯାହା ଏସିଆ କପ ୨୦୨୩ରେ ଏକ ମାସ ପୂର୍ବରୁ କରାଯାଇଥିଲା। ଏହି ମ୍ୟାଚ ଓଟିଟିରେ ୨.୮ କୋଟି ଲୋକ ଦେଖିଥିଲେ। କିନ୍ତୁ ଶନିବାର ମ୍ୟାଚର ଭ୍ୟୁୟର୍ସଶିପ୍‌ ମ୍ୟାଚ ପରି ରେକର୍ଡ ବ୍ରେକିଂ ଥିଲା। ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ୨୦୨୩ ଆଇପିଏଲ ଫାଇନାଲ ଓଟିଟିରେ ୩.୨ କୋଟି ଦର୍ଶକ ଦେଖିଥିଲେ।

Share