Advertisement

ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ୩୯୬ କୋଟିରୁ ଅଧିକ ଲୋକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଫଳରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଡାଟା ରିପୋର୍ଟଲ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ପୃଥିବୀର ୭୭୯ କୋଟି ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି। ଏଭଳି ଲୋକଙ୍କ ସଂଖ୍ୟା ୩୯୬ରୁ ଅଧିକ ରହିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ଲୋକ ସୋସିଆଲ୍‌ ମିଡ଼ିଆରେ ଯୋଗ ଦେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ରତି ସେକେଣ୍ଡରେ ୧୨ ଜଣ ଲୋକ ସୋସିଆଲ୍‌ ମିଡ଼ିଆରେ ଯୋଗଦେଉଛନ୍ତି। ୩୯୧ କୋଟି ଲୋକ ମୋବାଇଲ୍‌ ମାଧ୍ୟମରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି। ଗତ ଏକବର୍ଷ ମଧ୍ୟରେ ସୋସିଆଲ୍‌ ମିଡ଼ିଆ ୟୁଜରଙ୍କ ସଂଖ୍ୟା ୩୭ କୋଟି ୬୦ ଲକ୍ଷ ବଢ଼ିଛି। ଭାରତ ୫୯ ପ୍ରତିଶତ ଲୋକ ସୋସିଆଲ୍‌ ମଡ଼ିଆରେ ଆକ୍ଟିଭ୍‌ ରହୁଥିବା ରିପୋର୍ଟ ଉଲ୍ଲେଖ ରହିଛି। ଭାରତର ୧୩୫ କୋଟି ଲୋକଙ୍କ ମଧ୍ୟରୁ ୪୦ କୋଟିରୁ ଅଧିକ ସୋସିଆଲ୍‌ ମିଡ଼ିଆରେ ବ୍ୟସ୍ତ ରହୁଛନ୍ତି। ହ୍ବାଟସ୍‌ଅପ୍‌ରେ ୪୦ କୋଟି, ଫେସବୁକ୍‌ରେ ୨୮ କୋଟି ଏବଂ ଇନଷ୍ଟାଗ୍ରାମ୍‌ରେ ୮କୋଟି ୮୦ ଲକ୍ଷ ଭାରତୀୟ ସମୟ ବିତାଉଛନ୍ତି। ଜୁଲାଇରେ ମିଳିଥିବା ରିପୋର୍ଟ ଅନୁସାରେ ପ୍ରତିଦିନ ୨୪ ଘଣ୍ଟାରୁ ଲୋକେ ୬ଘଣ୍ଟା ୪୨ ମିନିଟ ସୋସିଆଲ୍‌ ମିଡ଼ିଆରେ ବିତାଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share