ନୂଆଦିଲ୍ଲୀ: ନ୍ୟାଶନାଲ ପେନ୍ସନ ସିଷ୍ଟମ(ଏନ୍ପିଏସ୍)ରେ ୭୩ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା ଯୋଡିହୋଇଛନ୍ତି। ପେନ୍ସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍ଆର୍ଡିଏ) ପକ୍ଷରୁ ଅଟଳ ପେନ୍ସନ ଯୋଜନା(ଏପିଓ୍ବାଇ) ଏବଂ ଏନ୍ପିଏସ୍ ସଂକ୍ରାନ୍ତ ଡାଟା ଜାରି କରାଯାଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ ଏନ୍ପିଏସ୍ରେ ଯୋଡି ହୋଇଥିବା ଲୋକଙ୍କ ସଂଖ୍ୟାରେ ୨୩.୨୭% ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୨୦ ଅକ୍ଟୋବର ସୁଦ୍ଧା ଏନ୍ପିଏସ୍ ର ବିଭିନ୍ନ ଯୋଜନାରେ ଉପଭୋକ୍ତାଙ୍କ ସଂଖ୍ୟା ୩.୮୩ କୋଟି ଛୁଇଁଛି। ଏହା ଗତ ବର୍ଷ ଅକ୍ଟୋବରରେ ୩.୧୦ କୋଟି ରହିଥିଲା। ଗୋଟିଏ ବର୍ଷରେ ଏଥିରେ ୨୩%ରୁ ଊର୍ଦ୍ଧ୍ୱ ବୃଦ୍ଧି ପରିଲକ୍ଷିତ ହୋଇଛି।