Posted inଜାତୀୟ

ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର

ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିସ୍ଥଳେ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦେଶରେ ୪ କୋଟିରୁ ଅଧିକ ଗାଡ଼ିମୋଟର ରାସ୍ତାରେ ଗଡୁଛି। ସେଥିମଧ୍ୟରୁ ୨ କୋଟିରୁ ଅଧିକ ଗାଡ଼ିମୋଟର ୧୫ ବର୍ଷ ପୁରୁଣା। ଅପର ପକ୍ଷରେ ୨ କୋଟିରୁ ଅଧିକ ୨୦ ବର୍ଷରୁ ଅଧିକ ପୁରୁଣା ବୋଲି ରିପୋର୍ଟ ଦର୍ଶାଯାଇଛି। ସେଥିମଧ୍ୟରୁ କର୍ନାଟକରେ ସର୍ବାଧିକ ୭୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିମୋଟର ରହିଛି। ଏହା ପଛକୁ ଉତ୍ତରପ୍ରଦେଶରେ ରହିଛି। ରାଜ୍ୟରେ ୫୬.୫୪ ଲକ୍ଷ ପୁରୁଣା ଗାଡ଼ିମୋଟର ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ୨୪.୫୫ ଲକ୍ଷ ୨୦ ବର୍ଷରୁ ଅଧିକ ପୁରୁଣା। ଦିଲ୍ଲୀରେ ପୁରୁଣା ଗାଡ଼ିମୋଟର ସଂଖ୍ୟା ୪୯.୯୩ ଲକ୍ଷ ରହିଛି। ସେଥିମଧ୍ୟରେ ୩୫.୧୧ ଲକ୍ଷ ୨୦ ବର୍ଷ ପୁରୁଣା। ସେହିପରି କେରଳରେ ୩୪.୬୪ ଲକ୍ଷ, ତାମିଲନାଡୁ ୩୩.୪୩ ଲକ୍ଷ, ପଞ୍ଜାବରେ ୨୫.୩୮ ଲକ୍ଷ, ପଶ୍ଚିମବଙ୍ଗରେ ୨୨.୬୯ ଲକ୍ଷ ପୁରୁଣା ଗାଡ଼ି ରହିଛି। ମହାରାଷ୍ଟ୍ର, ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟରେ ପୁରୁଣା ଗାଡ଼ି ସଂଖ୍ୟା ୧୭.୫୮ ଲକ୍ଷରୁ ୧୨.୨୯ ଲକ୍ଷ ମଧ୍ୟରେ ରହିଛି। ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ଼, ହିମାଚଳପ୍ରଦେଶ, ପୁଡୁଚେରୀ, ଆସାମ, ବିହାର, ଗୋଆ, ତ୍ରିପୁରା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହାଭେଲି ଏବଂ ଡାମନ-ଡିୟୁରେ ଏଭଳି ଗାଡ଼ି ସଂଖ୍ୟା ଲକ୍ଷେରୁ ୫.୪୪ ଲକ୍ଷ ମଧ୍ୟରେ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଲାକ୍ଷାଦ୍ୱୀପ ଆଦିର ରିପୋର୍ଟ ମିଳି ନ ଥିବାରୁ ଏଥିରେ ସ୍ଥାନୀତ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅର୍ଦ୍ଧନଗ୍ନ ହେଲେ ଭାଜପା ନେତା, ହଠାତ୍‌ ଶରୀରକୁ କଲେ ପ୍ରହାର

ଚେନ୍ନାଇ,୨୭।୧୨: ତାମିଲନାଡୁର ଆନ୍ନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ତୀବ୍ର ହେବାରେ ଲାଗିଛି। ଏହି ଘଟଣା ରାଜ୍ୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି।...

ଆଜି ହେବନି ମନମୋହନଙ୍କ ଅନ୍ତିମ ସଂସ୍କାର, ଜାଣନ୍ତୁ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗୁରୁବାର ଦିଲ୍ଲୀ ଏକ୍ସରେ ଶେଷ ନିଶ୍ୱାସ ତ୍ୟାଗ...

ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ ମନମୋହନ:ଏମିତି ଥିଲା ପ୍ରେମସମ୍ପର୍କ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଶେନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମନମୋହନ ସିଂଙ୍କ ଭାବମୂର୍ତ୍ତି ଜଣେ...

କେତେ ସମ୍ପତ୍ତିର ମାଲିକ ଥିଲେ ମନମୋହନ, ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡ. ମନମୋହନ ସିଂଙ୍କର ଗତକାଲି ଅର୍ଥାତ ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୯୨ବର୍ଷ...

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍‌ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ...

ମନମୋହନ ସିଂଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଲେ ମୋଦି-ଶାହା

ନୂଆଦିଲ୍ଲୀ,୨୭।୧୨: ନୂଆଦିଲ୍ଲୀସ୍ଥିତ ଏମ୍ସରେ ଗୁରୁବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ହୋଇଛି। ବୟସାଧିକ କାରଣରୁ ଅସୁସ୍ଥ ଥିବା ୯୨ ବର୍ଷୀୟ ମନମୋହନ ସନ୍ଧ୍ୟାରେ...

ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା…

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। କେନ୍ଦ୍ର...

ମନମୋହନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ, ଆମେରିକାରୁ ଝିଅର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା

ନୂଆଦିଲ୍ଲୀ,୨୭ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ୯୨ ବର୍ଷ ବୟସରେ ହୋଇଛି। ଗୁରୁବାର ସେନାଧ୍ୟରେ ତାଙ୍କର ଛତା ଚାଲିଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri