Categories: ଜାତୀୟ

୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯାଇଛି ଟିକା: ଡବ୍ଲୁଏଚଓ-ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୨୪।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ୟୁନିସେଫ ରିପୋର୍ଟରୁ ଜଣାପଡିଛି ଭାରତରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କରୋନା ମହାମାରୀ ପରେ ଟିକା ଦିଅଯାଇଛି। କରୋନା ମହାମାରୀ ସମୟରେ ବିଶ୍ୱର ଟିକାକରଣ ସେବା ହ୍ରାସ ପରେ ପୁଣି ଥରେ ଏଥିରେ ଉନ୍ନତି ଘଟିଛି। ଡବ୍ଲୁଏଚଓ ଏବଂ ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ର ଏକ ନୂତନ ରିପୋର୍ଟରେ କୁହାଯାଇଛି ମହାମାରୀ ଯୋଗୁଁ ୨୦୨୦ମସିହାରେ ସାରା ବିଶ୍ୱରେ ପ୍ରାୟ ୨୩ ନିୟୁତ ଶିଶୁ ନିୟମିତ ଟିକାକରଣରୁ ବଞ୍ଚିତ ହୋଇଥିଲେ। ୨୦୨୧ ତୁଳନାରେ ୨୦୨୨ ମସିହାରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଟିକା ଦିଆଯାଇଛି।

ଡବ୍ଲୁଏଚଓ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱର ଶିଶୁ ଟିକାକରଣ କଭରେଜରେ ଉନ୍ନତି ସତ୍ତ୍ୱେ ଏହା ମହାମାରୀ ପୂର୍ବ ଅପେକ୍ଷା କମ ରହିବ। ୨୦୧୯ ରେ, ଟିକାକରଣରୁ ବଞ୍ଚିତ ହୋଇଥିବା ଶିଶୁଙ୍କ ସଂଖ୍ୟା ୧.୮୪ କୋଟି ଥିଲା। ସେହି ପିଲାମାନଙ୍କର ସଂଖ୍ୟା କିଛି ମାତ୍ରାରେ ସମାନ ରହିଛି ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ଦିଆଯାଇ ନାହିଁ। ତଥ୍ୟ ଅନୁଯାୟୀ, ମହାମାରୀ ସମୟରେ ଶୂନ ଏକ୍ସପୋଜର ଥିବା ପିଲାଙ୍କ ସଂଖ୍ୟା ୨୦୧୯ ରେ ୧.୨୯ କୋଟିରୁ ୧.୮୧ କୋଟିକୁ ବୃଦ୍ଧି ପାଇଥିଲା। ଏହା ପରେ, ଏହି ସଂଖ୍ୟା ୨୦୨୨ ରେ ୧,୪୩ କୋଟିକୁ ଖସି ଆସିଥିଲା।

Share