ସିନ୍ଧରେ ଗାଁରେ ଆକ୍ରମଣ କଲେ ୪ ଶହରୁ ଅଧିକ ଆକ୍ରମଣକାରୀ, ମହିଳା-ଶିଶୁଙ୍କୁ ଅପହରଣ…

ଇସଲାମାବାଦ,୨୩।୭ : ପାକିସ୍ତାନରେ ଶହ ଶହ ଆକ୍ରମଣକାରୀ ସିନ୍ଧରେ ଗାଁ ଉପରେ ଆକ୍ରମଣ କରି ମହିଳା ଓ ଶିଶୁମାନଙ୍କୁ ଅପହରଣ କରିଛନ୍ତି। ଦୁଇ ଯୁବକଙ୍କର ମୃତ୍ୟୁ ଘଟଛି। ପାକିସ୍ତାନର ସିନ୍ଧ ପ୍ରଦେଶର ସୁକ୍କୁର ଗ୍ରାମରେ ଶହ ଶହ ସଶସ୍ତ୍ର ଲୋକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ମହିଳା ଏବଂ ଜଣେ ଶିଶୁଙ୍କୁ ଅପହରଣ କରି ନେଇଥିଲେ।

ପାକିସ୍ତାନରେ ଅବସ୍ଥିତ ଆଖାବର ଏକ୍ସପ୍ରେସ ଟ୍ରିବ୍ୟୁନ କହିଛନ୍ତି ଆକ୍ରମଣକାରୀମାନେ ଆଧୁନିକ ଅସ୍ତ୍ରରେ ସଜ୍ଜିତ ଥିଲେ। ସେମାନେ ମୋଟରସାଇକେଲ ଯୋଗେ ସାଙ୍ଗି ପୋଲିସ ଷ୍ଟେଶନ ନିକଟ ଦେଇ ଯାଇ ଗାଁ ଆଡକୁ ଯାଉଥିଲେ।
ଏହି ଆକ୍ରମଣ ପରେ ପୋଲିସ ଅପହରଣ ହୋଇଥିବା ମହିଳା ଓ ବାଳିକାକୁ ସଫଳତାର ସହ ଉଦ୍ଧାର କରିଥିବା ଦାବି କରି ସିନ୍ଦୂର ନଦୀ କୂଳରେ ଥିବା କାଚା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ପ୍ରକାଶ ଥାଉକି, ଅପରେଶନ ସମୟରେ କୌଣସି ଗିରଫଦାରୀ ହୋଇନାହିଁ, ଯାହା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି।

ସେମାନଙ୍କୁ ସୁରକ୍ଷା ଦେବାରେ ପୋଲିସର ଅକ୍ଷମତାକୁ ନେଇ ଗ୍ରାମବାସୀ ନିରାଶ ହୋଇଛନ୍ତି। ଗ୍ରାମବାସୀ କହିଛନ୍ତି ପ୍ରାୟ ୪୦୦ ସଶସ୍ତ୍ର ବ୍ୟକ୍ତି ଚାରିଟି ପୋଲିସ ଷ୍ଟେଶନ ଏବଂ ଅନେକ ସୁରକ୍ଷା ଯାଞ୍ଚ ପଏଣ୍ଟ ଦେଇ ଯାଇଥିବାର ଅଭିଯୋଗ ହୋଇଛି।

Share