Categories: ଜାତୀୟ

ଦିଲ୍ଲୀ ହିଂସା ପରେ ୪ଶହ କୃଷକ ନିଖୋଜ!

ନୂଆଦିଲ୍ଲୀ,୩୧ ।୧: ଜାନୁୟାରୀ ୨୬ରେ ଲାଲ କିଲା ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ପରେ ପାଖାପାଖି ୪୦୦ କୃଷକ ନିଖୋଜ ହୋଇଥିବା ଅଭିଯୋଗ ହେଲାଣି । ଏହାକୁ ନେଇ ଏବେ ରାଜନୀତି ହେଲାଣି ସରଗରମ । ସୁବେର କୃଷକ ସଙ୍ଗଠନ ଓ ଧାର୍ମିକ ସଙ୍ଗଠନ ୪୦୦ରୁ ଅଧିକ କୃଷକ ଓ ଯୁବକ ନିଖୋଜ ହାଇଥିବା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଦିଲ୍ଲୀ ପୋଲିସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ପଞ୍ଜାବର କିଛି କୃଷକ ସଙ୍ଗଠନ ଓ ଧାର୍ମିକ ଅନୁଷ୍ଠାନ ଅଭିଯୋଗ କରିଛନ୍ତି କି ଦିଲ୍ଲୀ ହିଂସା ସମୟରେ ପ୍ରାୟ ୪୦୦ ଯୁବକ ଓ ବୃଦ୍ଧ କୃଷକ ନିଖୋଜ ହୋଇଯାଇଛନ୍ତି । ଅମୃତସରର ଖାଲଡା ମିଶନ ଅଭିଯୋଗ କରିଛି କି ନିଖୋଜ ହୋଇଥିବା ଲୋକେ ଦିଲ୍ଲୀ ପୋଲିସ ଦ୍ୱାରା ବେଆଇନ ଭାବେ ଅଟକ ରହିଥିଲେ । ଏହାକୁ ନେଇ ମିଶନ ସୋମବାର ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି । ତେବେ ଏହି ଅଭିଯୋଗ ସର୍ମ୍ପକରେ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଆଉ ଏହା କେତେଦୂର ଠିକ୍ ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Share