Categories: ଜାତୀୟ

ଆସାମରେ ୪ ହଜାରରୁ ଅଧିକ ବାଲ୍ୟ ବିବାହ ମାମଲା ରୁଜୁ: ୩ ଫେବୃୟାରୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ…

ଗୁଆହାଟୀ,୨।୨ : ବାଲ୍ୟ ବିବାହକୁ ରୋକିବା ପାଇଁ ଆସାମ ସରକାର ପ୍ରସ୍ତୁତ ହେଉଛନ୍ତି ଏବଂ ଏହା ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟୁଇଟ କରି କହିଛନ୍ତି ଯେ ରାଜ୍ୟରେ ବାଲ୍ୟ ବିବାହର ବିପଦକୁ ଦୂର କରିବା ପାଇଁ ଆସାମ ସରକାର ପ୍ରତିଶ୍ରୁତିବଦ୍ଧ।

ବର୍ତ୍ତମାନ ପର୍ଯ୍ୟନ୍ତ ଆସାମ ପୋଲିସ ସାରା ରାଜ୍ୟରେ ୪,୦୦୪ ମାମଲା ରୁଜୁ କରିଛି ଏବଂ ଆଗାମୀ ଦିନରେ ଅଧିକ ପୋଲିସ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଫେବୃଆରୀ ୩ ରୁ ସମସ୍ତ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସେଥିପାଇଁ ସମସ୍ତଙ୍କର ସହଯୋଗ ଅନୁରୋଧ କରାଯାଉଛି।

Share