୪୦ ହଜାରରୁ ଅଧିକ ଆତଙ୍କବାଦୀ ପାକିସ୍ତାନରେ ଲୁଚି ବସିଛନ୍ତି

ଜେନେଭା, ୪।୮: ଭାରତରେ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ପାକିସ୍ତାନରେ ଏନେଇ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍‌.ତିରୁମୂର୍ତ୍ତି ସୂଚନା ଦେଇଛନ୍ତି। ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ପାଲଟିଛି। ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଆଫଗାନୀସ୍ତାନ ତଥା ଭାରତରେ ବିଭିନ୍ନ ଆକ୍ରମଣ କରାଯାଉଛି। ଜମାତ୍‌-ଉଦ୍‌-ଦାଓ୍ବା, ଲଶ୍କର-ଇ-ତୋଏବା, ଜୈଶ୍‌-ଇ-ମହମ୍ମଦ ଏବଂ ହିଜିବୁଲ୍‌ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନର ମୁଖ୍ୟ ପାକିସ୍ତାନରେ ନିଜ ନିଜ ଶିବିର ସ୍ଥାପନ କରିଥିବା ସେ କହିଛନ୍ତି। ଜାତିସଂଘର ଆନାଲିଟିକାଲ ସପୋର୍ଟ ଆଣ୍ଡ ସାଂକଶନ୍ସ୍‌ ମନିଟରିଂ ଟିମ୍‌ର ୨୬ତମ ରିପୋର୍ଟରେ ଏହା ଦର୍ଶାଯାଇଥିବା ତିରୁମୂର୍ତ୍ତି କହିଛନ୍ତି।

Share