ଶରଣାର୍ଥୀ ହେଲେଣି ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ, ଜାତିସଂଘ ରିପୋର୍ଟ…

ଜେନେଭା, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ମୋଟ ୪,୪୪୧,୬୬୩ ଲୋକ ଭିଟାମାଟି ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଯୁଦ୍ଧ ସଙ୍କଟ ଯୋଗୁ ୨ ଲକ୍ଷ ୧୦ ହଜାରରୁ ଅଧିକ ଅଣ-ୟୁକ୍ରେନ୍‌ ନାଗରିକ ମଧ୍ୟ ଦେଶ ଛାଡ଼ିଛନ୍ତି।

Share