କ୍ୱାରାଣ୍ଟାଇନ୍‌ରେ ରହିଲେ ୪୭ ଛେଳି

ବେଙ୍ଗାଲୁରୁ,୧।୭:କର୍ନାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁଠାରୁ ୧୨୭ କିମି ଦୂର ତୁମକୁରୁ ଜିଲାର ଗୋଡକେରେ ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ଫଳରେ ଜଣେ ମେଷପାଳକଙ୍କ ୪୭ଟି ଛେଳିକୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଜିଲାର ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗାଁରେ ମୋଟ ୩୦୦ ଘର ରହିଛି। ଏଠାରେ ପାଖାପାଖି ୧୦୦୦ ଲୋକ ବାସ କରନ୍ତି। ଏଠାରେ ମେଷପାଳକଙ୍କ ସମେତ ଦୁଇଜଣ ଗ୍ରାମବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ଏକସଙ୍ଗରେ ୪ଟି ଛେଳିର ସନ୍ଦେହଜନକ ମୃତ୍ୟୁ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ମୃତ ଛେଳିମାନେ ଶ୍ୱାସକ୍ରିୟା ନେବା କଷ୍ଟ ଅନୁଭବ କରୁଥିବା କୁହାଯାଇଛି। ମଙ୍ଗଳବାର ଦିନ ଜିଲା ପଶୁ ଅଧିକାରୀ ଗାଁରେ ପହଞ୍ଚି ଛେଳିଗୁଡିକୁ ଗାଁ ବାହାରେ ରଖିଥିଲେ। ଗୋଟିଏ ଛେଳିର ନମୁନା ସଂଗ୍ରହ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ପଶୁମାନଙ୍କଠାରୁ ସଂଗୃହିତ ନମୁନାଗୁଡିକ ଭୋପାଳର ପଶୁ ସ୍ବାସ୍ଥ୍ୟ ଏବଂ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନକୁ ପଠାଯାଇଛି।

Share