Categories: ଫୁରସତ

ଦ୍ୱୀପରେ ୫ କୋଟି ନରଭକ୍ଷୀ କଙ୍କଡ଼ା

ମେଲବୋର୍ନ: ଅଷ୍ଟ୍ରେଲିଆର ଖ୍ରୀଷ୍ଟମାସ୍‌ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକୁ ପଳାଇ ଆସିଛନ୍ତି। ଏହାକୁ ନେଇ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି କଙ୍କଡ଼ା ପ୍ରତିବର୍ଷ ଉତ୍ତର ପଶ୍ଚିମ ଅଷ୍ଟ୍ରେଲିଆର ଜଙ୍ଗଲରୁ ଜାତୀୟ ଉଦ୍ୟାନ କୂଳକୁ ଅଣ୍ଡା ଦେବାକୁ ଆସିଥାନ୍ତି। ଫଳରେ ସମ୍ପୂର୍ଣ୍ଣ ଦ୍ୱୀପ ଲାଲ ହୋଇଯାଇଥାଏ । ଏତେ ସଂଖ୍ୟକ ଲାଲ କଙ୍କଡ଼ା ଦେଖି ସେଠାରେ ଉପସ୍ଥିତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକମାନେ ଦୂରରୂ ଭିଡିଓ ଏବଂ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଡକ୍ଟର ତାନିଆ ଡେଟ୍ଟୋ ଡେଲି ମେଲ୍‌ ଅଷ୍ଟ୍ରେଲିଆକୁ କହିଛନ୍ତି, ଯେ ୨୦୦୫ ପରଠାରୁ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ କଙ୍କଡ଼ା ଏହି ଅଞ୍ଚଳକୁ ଆସିଛନ୍ତି। ୫ କୋଟିରୁ ଅଧିକ କଙ୍କଡ଼ା ନିୟନ୍ତ୍ରଣ କରିବା ଲାଗି ସ୍ଥାନୀୟ ପରିବେଶବିତ୍‌ଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଛି। କିଛି କଙ୍କଡ଼ା ଲୋକଙ୍କ ଘର ଉପରକୁ ମଧ୍ୟ ଚଢ଼ିଛନ୍ତି। ପ୍ରତିବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପ୍ରଥମ ବର୍ଷା ପରେ ଏହି କଙ୍କଡାମାନେ ଅଣ୍ଡା ଦେବାକୁ ସ୍ଥଳଭାଗ ମୁହାଁ ହୋଇଥାନ୍ତି।

Share