Categories: ବାଣିଜ୍ୟ

ସେପ୍ଟେମ୍ବରରେ ୫ଲକ୍ଷରୁ ଅଧିକ ଗାଡ଼ି ବିକ୍ରି

ଭୁବନେଶ୍ୱର, ୬।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ତଥା ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩ ସେପ୍ଟେମ୍ବରରେ ୫ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ୨୦୨୨ ସେପ୍ଟେମ୍ବର ମାସର ବିକ୍ରି ତୁଳନାରେ କମ୍ପାନୀ ୨% ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ବର୍ଷ ସେହି ସମାନ ସମୟ ମଧ୍ୟରେ କମ୍ପାନୀ ୫,୨୬,୯୯୮ ଗାଡ଼ି ବିକ୍ରି କରିଛି। ବିଶେଷକରି ଘରୋଇ ବଜାରରେ କମ୍ପାନୀ ୪,୯୧,୮୦୨ଗାଡ଼ି ବିକ୍ରି କରିଥିବା ବେଳେ ୩୫,୧୯୬ ଗାଡ଼ି ରପ୍ତାନି କରିଛି। କମ୍ପାନୀର ରପ୍ତାନିରେ ୧୯% ବୃଦ୍ଧି ଘଟିଛି। ସେହିପରି ୨୦୨୩ ସେପ୍ଟେମ୍ବରରେ କମ୍ପାନୀ ଅନେକ ଉପଲବ୍ଧି ହାସଲ କରିଥିଲା। ଏପରିକି ଉପତ୍ାଦ ମଧ୍ୟରେ କମ୍ପାନୀ ପକ୍ଷରୁ ସେପ୍ଟେମ୍ବରରେ ଏହାର ପ୍ରିମିୟମ ମୋଟରସାଇକେଲ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ବୁକିଂ ଶୁଭାରମ୍ଭ କରାଯାଇଛି। ଏଥିସହ କମ୍ପାନୀ ଆକ୍ଟିଭା ଲିମିଟେଡ୍‌ ଏଡିସନ୍‌, ଏସ୍‌ପି ୧୨୫ ସ୍ପୋର୍ଟସ୍‌ ଏଡିସନ୍‌ ଓ ହର୍ନେଟ୍‌ ୨.୦ର ରେପ୍‌ସଲ୍‌ ଏଡିସନ୍‌ ଓ ଡିଓ ୧୨୫କୁ ଉନ୍ମୋଚନ କରାଯାଇଛି। କମ୍ପାନୀ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ସିବି୩୦୦ଏଫ୍‌ ଓ ସିବି୨୦୦ଏକ୍ସକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।

Share