୨ ବର୍ଷରେ ୫୦ରୁ ଅଧିକ ଠକ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଶିକ୍ଷିତ ବେକାରି ସଂଖ୍ୟା ବଢ଼ି ଚାଲିଛି। କଟକ, ଭୁବନେଶ୍ୱର ଭଳି ସହରକୁ ଆସି ଚାକିରି ସନ୍ଧାନରେ ବର୍ଷ ବର୍ଷ ବିତୁଛି। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଖୁବ୍‌ କମ୍‌ ଯୁବତୀଯୁବକ ଚାକିରି ପାଉଥିବାବେଳେ ଅଧିକାଂଶ ହତାଶ ହୋଇ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ସହ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥାକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ଏହାର ସୁଯୋଗ ନେଇ ରାଜ୍ୟରେ ଚାକିରି ନାଁରେ ଏକାଧିକ ଠକେଇ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଏହାର ଚେର ରାଜଧାନୀରୁ ବାହାର ଜିଲା ଓ ରାଜ୍ୟକୁ ଲମ୍ବିଛି। ବିଶେଷକରି କରୋନାଠାରୁ ଏହି ଠକେଇ ମାମଲା ବଢ଼ିଚାଲିଛି। ଠକମାନେ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରିବା ସହ ନାନା ଉପାୟରେ ଫସାଇ କୋଟି କୋଟି ଟଙ୍କା ଠକି ନେବାରେ ସକ୍ଷମ ହେଉଛନ୍ତି। ବିଶେଷକରି ସୋସିଆଲ ମିଡିଆକୁ ପ୍ରମୁଖ ମାଧ୍ୟମକରି ବେକାର ଯୁବତୀଯୁବକଙ୍କୁ ଶୋଷଣ କରୁଥିବା ନଜିର ରହିଛି। କେତେବେଳେ ନିଜକୁ ବଡ ଅଧିକାରୀଙ୍କ ପରିଚୟ ଦେଇ ତ ପୁଣି କେତେବେଳେ ସରକାରୀ ୱେବ୍‌ସାଇଟକୁ ନକଲ କରି ଜାଲ ବିଛାଉଛନ୍ତି। ବିଶ୍ୱାସ ଜନ୍ମାଇବା ଲାଗି ଗଣମାଧ୍ୟମରେ ଲୋଭନୀୟ ବିଜ୍ଞାପନ ଦେଉଛନ୍ତି। ଚିନ୍ତା ଓ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଚାକିରି ଆଶାୟୀମାନେ ଲୋଭରେ ପଡି ଠକଙ୍କ ମାୟାଜାଲାରେ ପଡି ଟଙ୍କା, ସାର୍ଟିଫିକେଟ ଆଦି ହରାଇବା ସହ ଏଥିପାଇଁ ବହୁ ସମୟ ବରବାଦ କରୁଛନ୍ତି। ଅନେକ ବେକାର ଯୁବତୀଯୁବକ ମଧ୍ୟ ନେଟ୍‌ୱର୍କ ବ୍ୟବସାୟରେ ଫସି ବରବାଦ ହେଉଥିବା ଦେଖାଯାଉଛି। ଏନେଇ ଠକେଇର ଶିକାର ବେକାର ଯୁବତୀଯୁବକଙ୍କ ମଧ୍ୟରୁ ଅନେକେ ପୋଲିସର ସାହାରା ନେଉଥିବାବେଳେ ଆଉ କେତେଜଣ ସମ୍ମାନ ଯିବା ଓ ଥାନାକୁ ଯାଇ ହଟହଟା ନ ହେବା ପାଇଁ ଅଭିଯୋଗ କରୁନାହାନ୍ତି। ତେବେ ଅଭିଯୋଗ ଆଧାରରେ ଗତ ୨ ବର୍ଷରେ ଚାକିରି ନାଁରେ ଠକେଇ କରିଥିବା ୫୦ରୁ ଅଧିକ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।
ଗତ ଜାନୁୟାରୀ ୩୦ରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ମାଷ୍ଟରମାଇଣ୍ଡ୍‌ ସମେତ ୩ ସହଯୋଗୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଏମ୍ସର ଏଚ୍‌ଆର ପରିଚୟ ଦେଇଥିଲେ। ଏମ୍‌ସରେ ଟିକେଟ କଲେକ୍ଟରେ ଚାକିରି କରାଇଦେବାକୁ କହି ୮ଜଣ ଆଶାୟୀଙ୍କଠାରୁ ୨ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ଗତବର୍ଷ ଡିସେମ୍ବର ୩୧ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ,ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା ଚଳୁ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା(ଇଓଡବ୍ଲ୍‌ୟୁ) ଉତ୍ତରପ୍ରଦେଶ ଆଲିଗଡ଼ରୁ ଗିରଫ କରିଥିଲା। ଅଭିଯୁକ୍ତ ଠକ ସରକାରୀ ୱେବ୍‌ସାଇଟ୍‌ର ଅବିକଳ ନକଲ ପ୍ରସ୍ତୁତ କରୁଥିଲେ। ଫଳରେ ଚାକିରି ଆଶାୟୀମାନେ ଉକ୍ତ ୱେବ୍‌ସାଇଟ୍‌କୁ ସରକାରୀ ଭାବି ବିଭିନ୍ନ ପଦପଦବୀ ଲାଗି ପରୀକ୍ଷା ପାଇଁ ସେଥିରେ ରେଜିଷ୍ଟ୍ରେଶନ କରୁଥିଲେ। ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ, ପରୀକ୍ଷା ଫି’ ବାବଦକୁ ୩ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଉଥିଲେ।
ଗତବର୍ଷ ନଭେମ୍ବର ୧୮ରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଠକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଠକ ଆଇସିଆଇସି ବ୍ୟାଙ୍କ ଓ ଏଏସ୍‌ଓରେ ଚାକିରି ଦେବାକୁ କହି ଜଣେ ଆଶାୟୀଙ୍କଠାରୁ ୪ ଲକ୍ଷ ୩୧ ହଜାର ୫୦୦ ଟଙ୍କା ଚୂନା ଲଗାଇଥିଲେ।
ଫେବୃୟାରୀ ୧୭ରେ ପାହାଳ ଥାନା ପୋଲିସ ଜଣେ ଚାକିରି ଠକ କଟକ ଜିଲାର ରଞ୍ଜନ କୁମାର ନାୟକଙ୍କୁ ଗିରଫ କରିଥିଲା। ସେ ରାଉରକେଲାର ଅକ୍ଷୟ କୁମାର ମହାନ୍ତିଙ୍କୁ ହାଇକୋର୍ଟରେ ଏଏସ୍‌ଓ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୮ ଲକ୍ଷ ୨ ହଜାର ଟଙ୍କା ଠକିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image