୫୦ ଲକ୍ଷରୁ ଅଧିକ ସାଜିଲେଣି ଶରଣାର୍ଥୀ, ଜାତିସଂଘ ରିପୋର୍ଟ…

ଜେନେଭା, ୧୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପଡ଼ୋଶୀ ଦେଶରେ ଶାରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡି ଶରଣାର୍ଥୀ ସାଜିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୨୪ ପରେ ରୁଷିଆ ଆକ୍ରମଣ ଯୋଗୁ ୪,୯୮୦, ୫୮୯ ଲୋକ ଜୀବନ ବିକଳରେ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଥିଲେ। ସୋମବାର ୪୬,୧୭୪ ଜଣ ଲୋକ ୟୁକ୍ରେନ୍‌ ଛାଡିଛନ୍ତି।

ୟୁକ୍ରେନ୍‌ରେ ବାସ କରୁଥିବା ଅନ୍ୟ ଦେଶର ପ୍ରାୟ ୨୧୫,୦୦୦ ଲୋକ ସୁରକ୍ଷା ପାଇଁ ଅନ୍ୟ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ଜାତିସଂଘ ରିପୋର୍ଟ ଅନୁସାରେ ଆଗାମୀ ଦିନରେ ସଙ୍କଟ ଅଧିକ ବଢ଼ିବାରେ ଆଶଙ୍କା ରହିଛି। ୯୦ ପ୍ରତିଶତ ମହିଳା ଏବଂ ଶିଶୁ ୟୁକ୍ରେନ୍‌ ଛାଡିଛନ୍ତି। ୧୮ରୁ ୬୦ ବର୍ଷ ବୟସ୍କ ଲୋକ ସୈନ୍ୟ କଲ୍‌-ଅପ୍‌ ପାଇଁ ଦେଶ ଛାଡ଼ିପାରୁ ନାହାନ୍ତି।

ଚଳିତ ମାସରେ ୯୪୫,୦୦୦ ଲୋକ ଦେଶ ଛାଡ଼ିଛନ୍ତି। ଏହା ପୂର୍ବରୁ ଫେବୃୟାରୀରେ ୬୪୫,୦୦୦ ଲୋକ ୟୁକ୍ରେନ୍‌ରୁ ପଳାୟନ କରିଥିଲେ। ମାର୍ଚ୍ଚରେ ୩୪୦,୦୦୦ ଲୋକ ପଡ଼ୋଶୀ ଦେଶକୁ ପଳାୟନ କରିଥିବା ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

Share