ଝାଡ଼ା ବାନ୍ତିରେ ୫୦ ଜଣରୁ ଅଧିକ ଆକ୍ରାନ୍ତ

ଯାଜପୁର,୨୩।୨: ଯାଜପୁର ଜିଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ, ଖଣ୍ଡାହତା, ରମ୍ପାସ, ଲକ୍ଷ୍ମି ନଗର, ଚୋରଦା ଆଦି ଅଞ୍ଚଳରୁ ୫୦ରୁ ଅଧିକ ଡାଇରିଆ ରୋଗୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୧୫ ଗୁରୁତର ରୋଗୀଙ୍କୁ ଯାଜପୁର ଓ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହା ପଛର କାରଣ କ’ଣ ତାହା ଜଣାପଡ଼ି ନାହିଁ।

Share