Categories: ଜାତୀୟ

ଏନ୍‌ଏଚ୍‌ରେ ୫ ହଜାରରୁ ଅଧିକ ମୃତ୍ୟୁଯନ୍ତା: ତାମିଲନାଡୁରେ ସର୍ବାଧିକ

ନୂଆଦିଲ୍ଲୀ, ୨୯।୯: ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ୫ ହଜାର ୪୮୯ ମୃତ୍ୟୁଯନ୍ତା ରହିଛି। ୨୦୧୫ରୁ ୨୦୧୯ ମଧ୍ୟରେ ଏସବୁ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥର ପ୍ରତି ୫୦୦ ମିଟରରେ ମଧ୍ୟରେ ହାରାହାରି ୫ଟି ଦୁର୍ଘଟଣା ଗତ ୩ ବର୍ଷରେ ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୁର୍ଘଟଣାସ୍ଥଳ ଗୁଡ଼ିକ ତାମିଲନାଡୁ, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ନାଟକ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ରହିଛି। ସେଥିମଧ୍ୟରୁ ସର୍ବାଧିକ ୭୪୮ ଦୁର୍ଘଟଣାସ୍ଥଳ ତାମିଲନାଡୁରେ ରହିଛି। ଦିଲ୍ଲୀରେ ଏଭଳି ୧୧୩ଟି ସ୍ଥାନ ରହିଛି। ବିହାରରେ ୯୨, ମହାରାଷ୍ଟ୍ରରେ ୨୫, ହରିୟାଣାରେ ୨୩ଟି ଏଭଳି ଦୁର୍ଘଟଣାସ୍ଥଳ ଥିବା ରିପୋର୍ଟ ଦର୍ଶଯାଇଛି। ଜାତୀୟ ରାଜପଥ ବାହାରେ ୩୮୦ଟି ଦୁର୍ଘଟଣାସ୍ଥଳ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share