ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଗୁରୁବାର ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବ ନିଯୁକ୍ତ ୫୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୂକ୍ତି ପତ୍ର ବାଣ୍ଟିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ୫୦,୦୦୦ ରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଏଥିପାଇଁ ବହୁତ ଅଭିନନ୍ଦନ ଜଣାଉଛି। ଭାରତ ସରକାରଙ୍କ କର୍ମଚାରୀ ଭାବରେ ଆପଣଙ୍କ ସମସ୍ତଙ୍କର ବଡ ଦାୟିତ୍ୱ ରହିଛି। ଆପଣ ଯେଉଁ ପଦରେ ଯେଉଁ କ୍ଷେତ୍ରରେ ରୁହନ୍ତୁନା କାହିଁକି ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ଦେଶବାସୀଙ୍କ ଇଜ ଅଫ ଲିଭିଙ୍ଗ ହେବା ଉଚିତ।