Categories: ଜାତୀୟ

ଏହି ରାଜ୍ୟରେ ୫୫ ହଜାରରୁ ଅଧିକ ମହିଳାମଦ୍ୟପ…

ପାଟନା,୨୧।୩: ଦେଶରେ ନିଶାମୁକ୍ତି ଅଭିଯାନ ଜାରି ରହିଛି। ତେବେ କେତେକ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନକୁ ଆଶା ଅନୁସାରେ ସଫଳତା ମିଳି ପାରିନାହିଁ। ସେଭଳି ରାଜ୍ୟ ମଧ୍ୟରେ ବିହାରରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢ଼ିଚାଳିଛି। ବିହାରରେ ୧୦ ଲକ୍ଷ ନିତି ମଦ୍ୟପାନ କରନ୍ତି। ସେହିପରି ରାଜ୍ୟରେ ମହିଳାମଦ୍ୟପଙ୍କ ସଂଖ୍ୟା ୫୫ ହଜାରରୁ ଅଧିକ ରହିଛି। ଏନେଇ ଦିଲ୍ଲୀ ଏମ୍ସ୍‌ର ନ୍ୟାଶନାଲ ଡ୍ରଗ୍‌ ଡିପେଣ୍ଡେନ୍ସ୍‌ ସେଣ୍ଟର ପକ୍ଷରୁ ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ଭାଙ୍ଗ ସେବନ କରୁଥିବା ଲୋକଙ୍କ ସଂଖ୍ୟା ୧୧ ଲକ୍ଷରୁ ଅଧିକ ରହିଛି। ସେହିପରି ଅଫିମ ସେବନ କରୁଥିବା ଲୋକଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଛି। ଅପରପକ୍ଷରେ ଇନହେଲ ଅବା ନାକରେ ଶୁଙ୍ଘି ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ଲକ୍ଷେ ୩୦ ହଜାରରୁ ଅଧିକ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ୨୦୨୦ ଏପ୍ରିଲ୍‌ଠାରୁ ନିଶାମୁକ୍ତି ଅଭିଯାନ ଜୋର୍‌ଦାର କରାଯାଇଛି।

Share