ଆମେରିକାରେ ୬ କୋଟିରୁ ଅଧିକ କରୋନା ଆକ୍ରାନ୍ତ

ଓ୍ବାଶିଂଟନ,୧୦ା୧: ଆମେରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ପାର୍‌ କରିଛି। ଯାହା କି ବିଶ୍ୱ କରୋନା ସଂଖ୍ୟାର ପ୍ରାୟ ୨୦ ପ୍ରତିଶତ। ବିଶ୍ୱରେ କରୋନା ଭୂତାଣୁ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ଆଜି ସକାଳେ ବିଶ୍ୱବିଦ୍ୟାଳୟ ସେଣ୍ଟର ଫର୍‌ ସିଷ୍ଟମ ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଏହାର ନୂତନ ଅଧ୍ୟୟନରେ କହିଛି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୭୨,୩୨୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୮,୩୭,୫୯୪ରେ ପହଞ୍ଚିଛି। ଏହା ବ୍ୟତୀତ ଆମେରିକାରେ ୫୧୬,୮୮୦,୪୩୬ ଜଣ ଲୋକ ଟିକା ନେଇସାରିଲେଣି। ଏଠାରେ ଦୈନିକ ୭୦ ହଜାରରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଛି।

Share