Categories: ଜାତୀୟ

ଜଳିଗଲା ୬୦ରୁ ଊର୍ଦ୍ଧ୍ୱ ଦୋକାନ

କୋଲକାତା,୧୬ା୧୦(୦୫): ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ପୂଜା ପୂର୍ବରୁ ଲୁଗା ଦୋକାନଗୁଡ଼ିକ ଜଳିଯାଇଥିବାରୁ ଦୋକାନୀମାନେ ବ୍ୟାପକ କ୍ଷତିରେ ପଡ଼ିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Share