ମରିଛନ୍ତି ୬୦୦ରୁ ଅଧିକ ୟୁକ୍ରେନ୍‌ ସୈନ୍ୟ: ରୁଷିଆ…

ମସ୍କୋ,୯।୧ : ୟୁକ୍ରେନରେ ରୁଷିଆ ଦ୍ୱାରା ଜାରି ହୋଇଥିବା ଏକପାଖିଆ ଅସ୍ତ୍ରବିରତି ରବିବାର ୩୬ ଘଣ୍ଟା ପରେ ଶେଷ ହୋଇଛି। ଏହା ପରେ ରୁଷିଆ ଆକ୍ରମଣ କରି ୬୦୦ରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ତେବେ ଏହି ଆକ୍ରମଣ ସମ୍ପର୍କରେ ୟୁକ୍ରେନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ରୁଷିଆ ୟୁକ୍ରେନ୍‌ର ଦୁଇଟି ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ସେ ଏକ ରକେଟ ସାହାଯ୍ୟରେ ୟୁକ୍ରେନ ସେନା ଉପରେ ଆକ୍ରମଣ କରିଥିଲେ।

ରୁଷିଆ ଦାବି କରିଛି ଯେ ଗତ ସପ୍ତାହରେ ଡୋନାବାସରେ ମାକିଭସ୍କାରେ ୮୯ ଜଣ ରୁଷିଆ ସୈନିକଙ୍କ ହତ୍ୟାର ପ୍ରତିଶୋଧ ନେଇ ୬୦୦ରୁ ଅଧିକ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କରାଯାଇଛି॥

ପ୍ରାୟ ୧୧ ମାସ ପରେ ରୁଷିଆ ଦ୍ୱାରା ଘୋଷିତ ଅସ୍ତ୍ରବିରତି ସମାପ୍ତ ହେବା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ପୁଟିନ ଘୋଷଣା କରିଛନ୍ତି ଯେ କ୍ରେମଲିନ ଦୈନ୍ୟମାନେ ୧୧୦୦ କିଲୋମିଟର ଦୂରରେ ଅନ୍ୟ ସ୍ଥାନରେ ଯୁଦ୍ଧ କରିବେ।

Share