ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍‌ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ରାଜ୍ୟରେ ୬,୦୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩,୪୪୬କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୬୫୧ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୦୧୭ ଓ କଟକରୁୁ ୬୪୭ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୯୫, ବାଲେଶ୍ୱର ୩୯୨, ବରଗଡ଼ ୧୦୭, ଭଦ୍ରକ ୨୪୬, ବଲାଙ୍ଗୀର ୭୭, ବୌଦ୍ଧ ୧୩୦, ଦେବଗଡ଼ ୨୮, ଢ଼େଙ୍କାନାଳ ୭୩, ଗଜପତି ୪୮, ଗଞ୍ଜାମ ୪୫, ଜଗତସିଂହପୁର ୨୨୬, ଯାଜପୁର ୪୩୪, ଝାରସୁଗୁଡ଼ା ୪୨, କଳାହାଣ୍ଡି ୭୭, କନ୍ଧମାଳ ୧୧୨, କେନ୍ଦ୍ରାପଡ଼ା ୨୫୩, କେନ୍ଦୁଝର ୧୨୩, କୋରାପୁଟ ୧୨୬, ମାଲକାନଗିରି ୮୪, ମୟୁରଭଞ୍ଜ ୨୯୭, ନବରଙ୍ଗପୁର ୧୪୬, ନୟାଗଡ଼ ୧୨୦, ନୂଆପଡ଼ା ୧୭, ପୁରୀ ୨୯୧, ରାୟଗଡ଼ା ୧୨୦, ସମ୍ବଲପୁର ୧୦୧, ସୋନପୁର ୬୪, ସୁନ୍ଦରଗଡ଼ ୨୦୮ ଓ ଷ୍ଟେଟ ପୁଲରୁ ୧୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୭,୨୨୬ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୬୪,୬୭୩ଜଣ ସୁସ୍ଥ ହୋଇଥିବା ବେଳେ ୬୯,୩୩୩ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share