Categories: ଜାତୀୟ

ଦଶମ-ଦ୍ୱାଦଶ ବୋର୍ଡରେ ଫେଲ୍‌ ହୋଇଛନ୍ତି ୬୫ଲକ୍ଷରୁ ଅଧିକ ପିଲା, ସରକାରଙ୍କ ସୂଚନା

ନୂଆଦିଲ୍ଲୀ,୨୨।୮: ୬୫ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ପାସ୍‌ କରି ନାହାନ୍ତି। ଏଭଳି ସୂଚନା ଦେଇଛନ୍ତି ଭାରତର ଶିକ୍ଷା ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ୨୦୨୩ର ଏହି ରିପୋର୍ଟ ଦେଇଛି। ବିଭାଗ ଅନୁସାରେ, ରାଷ୍ଟ୍ରୀୟ ବୋର୍ଡ ତୁଳନାରେ ରାଜ୍ୟ ବୋର୍ଡରେ ଅଧିକ ପିଲା ଫେଲ୍‌ ହୋଇଛନ୍ତି। ୫୯ ସ୍କୁଲର ବୋର୍ଡ ପରୀକ୍ଷା ତଥ୍ୟକୁ ବିଶ୍ଲେଷଣ କରି ଦେଖାଯାଇଛି ଯେ, ସରକାରୀ ସ୍କୁଲ ମାନଙ୍କରେ ଯୁକ୍ତ ଦୁଇ ପରୀକ୍ଷା ଅଧିକ ଛାତ୍ରୀମାନେ ଦେଇଛନ୍ତି। କିନ୍ତୁ ବେସରକାରୀ ଓ ସରକାର ଅନୁଦାନ ପ୍ରାପ୍ତ ସ୍କୁଲରେ ଏହାର ଓଲଟା ଚିତ୍ର ଦେଖାଦେଇଛି। ରିପୋର୍ଟ ଅନୁସାରେ, ପାଖାପାଖି ୩୨.୪ଲକ୍ଷ ପିଲା ଯୁକ୍ତ ୨ ରେ ପାସ୍‌ କରି ନାହାନ୍ତି। ଏହି ପରୀକ୍ଷାରେ ପ୍ରାୟ ୫.୨ଲକ୍ଷ ପିଲା ପରୀକ୍ଷାରେ ଅନୁପସ୍ଥିତ ଥିବାବେଳେ ୨୭.୨ଲକ୍ଷ ଅସଫଳ ହୋଇଛନ୍ତି।

ତେବେ ରାଜ୍ୟ ବୋର୍ଡରେ ୧୦ମରେ ମଧ୍ୟପ୍ରଦେଶର ଛାତ୍ରୀଛାତ୍ର ଅଧିକ ଫେଲ୍‌ ହୋଇଛନ୍ତି। ଅନ୍ୟପଟେ ଦ୍ୱାଦଶ ଓ ଯୁକ୍ତ ୨ରେ ଉତ୍ତର ପ୍ରଦେଶରେ ଅଧିକ ପିଲା ଫେଲ୍‌ ହୋଇଛନ୍ତି।

Share