ଆଫଗାନିସ୍ତାନରେ ୬୬ ଲକ୍ଷରୁ ଅଧିକ ଲୋକ ଭୋକରେ…

କାବୁଲ,୧।୧ : ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ଦିନଠାରୁ ଏଠାରେ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ଲକ୍ଷ ଲକ୍ଷ ଲୋକ ଅନାହାର ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ ହେବାରେ ଲାଗିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।

ସେଭ ଚାଇଲ୍ଡ ସଂଗଠନ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି ଯେ ଆଫଗାନିସ୍ତାନ ଲୋକେ ଏବେ ଖାଦ୍ୟ ଅଭାବରୁ ଭୋକରେ ରହୁଛନ୍ତି। ଦେଶର ୬୬ ଲକ୍ଷରୁ ଅଧିକ ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି। ସେଭ ଦି ଚାଇଲ୍ଡ ଆହୁରି କହିଛନ୍ତି ଯେ ଦେଶରେ ଭୋକିଲାଙ୍କ ସଂଖ୍ୟା ୨୦୧୯ରେ ୨୫ ଲକ୍ଷରୁ ଧିକ ଥିବାବେଳେ ୨୦୨୨ରେ ୬୬ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୩ରେ ଏହି ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି।

Share