Categories: ଜାତୀୟ

୯ ମାସରେ ୭ କୋଟି ୮୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା: ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା

ନୂଆଦିଲ୍ଲୀ, ୪।୧୦: ଗଗତ ୯ ମାସ ମଧ୍ୟରେ ଦେଶରେ ୭କୋଟି ୮୯ ଲକ୍ଷ ୯୨ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଜାନୁୟାରୀ ୧ରୁ ଅକ୍ଟୋବର ୩ ମଧ୍ୟରେ ଏସବୁ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ବୃଦ୍ଧି ପାଇ ଇତିମଧ୍ୟରେ ୮୩.୮୪ ପ୍ରତିଶତରେ ପହଞ୍ଚିଛି। ଅପରପକ୍ଷରେ ପଜିଟିଭ୍‌ଙ୍କ ସଂଖ୍ୟା ୮.୩୨ ପ୍ରତିଶତ ରହିଛି। ଦେଶରେ ଇତିମଧ୍ୟରେ ଲକ୍ଷେ ଏକ ହଜାର ୭୮୨ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪ରେ ପହଞ୍ଚିଛି। ୫୫ ଲକ୍ଷ ୯ ହଜାର ୯୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୯ଲକ୍ଷ ୩୭ ହଜାର ୬୨୫ ଜଣ ଆକ୍ରାନ୍ତ ଚିକିିତ୍ସିତ ହେଉଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୮୨୯ ଜଣ ନୂଆଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୯୪୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share