ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୦୨୬ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୧୬୨ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୧୩୪, କଟକରୁୁ ୬୯୦ ଓ ଅନୁଗୋଳରୁ ୫୧୫ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୦୩, ବରଗଡ଼ ୨୭୧, ଭଦ୍ରକ ୮୯, ବଲାଙ୍ଗୀର ୯୩, ବୌଦ୍ଧ ୨୫୭, ଦେବଗଡ଼ ୬୧, ଢ଼େଙ୍କାନାଳ ୨୫୫, ଗଜପତି ୧୦୬, ଗଞ୍ଜାମ ୧୬୩, ଜଗତସିଂହପୁର ୧୫୪, ଯାଜପୁର ୪୦୬, ଝାରସୁଗୁଡ଼ା ୧୧୪, କଳାହାଣ୍ଡି ୧୭୭, କନ୍ଧମାଳ ୫୪, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୭, କୋରାପୁଟ ୨୪୨, ମାଲକାନଗିରି ୯୨, ମୟୁରଭଞ୍ଜ ୩୨୦, ନବରଙ୍ଗପୁର ୨୧୬, ନୟାଗଡ଼ ୨୦୭, ନୂଆପଡ଼ା ୬୨, ପୁରୀ ୪୫୭, ରାୟଗଡ଼ା ୧୬୫, ସମ୍ବଲପୁର ୧୨୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୭୨ ଓ ଷ୍ଟେଟ ପୁଲରୁ ୧୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୪୭,୧୩୩ଜଣ ସୁସ୍ଥ ହୋଇଥିବା ବେଳେ ୯୭,୨୭୧ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share