ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି ୭୨.୬ ପ୍ରତିଶତ ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ଏନ୍ଡିଏ ଉପରେ ୭୩.୬ ପ୍ରତିଶତଙ୍କ ବିଶ୍ୱାସ ରହିଛି। ଅପରପକ୍ଷରେ ଜାତୀୟ ସୁରକ୍ଷା କ୍ଷେତ୍ରରେ ରାହୁଳ ଗାନ୍ଧୀଙ୍କ ଉପରେ ୩୯ ଲୋକ ବିଶ୍ୱାସ କରୁଥିବାବେଳେ ୬୧ ପ୍ରତିଶତ ଅବିଶ୍ୱାସ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ୯୦ ପ୍ରତିଶତ ଖ୍ରୀଷ୍ଟିଆନ୍, ୭୧ ପ୍ରତିଶତ ଶିଖ୍ ଏବଂ ୬୯ ପ୍ରତିଶତ ହିନ୍ଦୁ ରାହୁଲଙ୍କୁ ଭରସା କରୁ ନ ଥିବା ଏଥିରେ ପ୍ରକାଶ ପାଇଛି। ୪୩.୯ ପ୍ରତିଶତ ମୁସଲମାନ ରାହୁଲଙ୍କୁ ଭରସା କରୁଥିବାବେଳେ ୧୬ ପ୍ରତିଶତ ମୁସଲମାନଙ୍କର ବିଶ୍ୱାସ ତାଙ୍କ ଉପରେ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୬୭.୨ ପ୍ରତିଶତ ଉଚ୍ଚଶିକ୍ଷିତ ଏବଂ ୭୨ ପ୍ରତିଶତ ଧନୀକ ରାହୁଲଙ୍କୁ ଅବିଶ୍ୱାସ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।