୫ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ,୫।୮: ତୃତୀୟ ତରଙ୍ଗ ଆତଙ୍କ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୯୮୨ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ କେବଳ ୫ ଟି ରାଜ୍ୟରେ ୮୦.୭୩ ପ୍ରତିଶତ ନୂଆ ଆକ୍ରାନ୍ତ ପଞ୍ଜିକୃତ ହୋଇଛନ୍ତି। କେରଳରେ ସର୍ବାଧିକ ୫୨.୧୫ ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ତାଲିକାର ଶୀର୍ଷରେ ରହିଛି। ଏଠାରେ ୨୨,୪୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳ ତାଲିକାରେ ମହାରାଷ୍ଟ୍ର ରହିଛି। ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ୬,୧୨୬, ଆନ୍ଧ୍ରପ୍ରଦେଶରେ ୨,୪୪୨, ତାମିଲନାଡୁରେ ୧,୯୪୯, ଏବଂ କର୍ଣ୍ଣାଟକରେ ୧,୭୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ କରୋନାରେ ଆକ୍ରାନ୍ତ ହୋଇ ୫୩୩ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ସର୍ବାଧିକ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେରଳରେ ୧୦୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share