୮୦୦ରୁ ଅଧିକ ସୁଦାନ ନାଗରିକଙ୍କର କରାଯାଇଛି ନରସଂହାର: ଜାତିସଂଘ…

ଖାର୍ତୁମ,୧୨।୧୧ : ଯୁଦ୍ଧଗ୍ରସ୍ତ ସୁଦାନରେ ଗତ ଏକମାସ ମଧ୍ୟରେ ୮୦୦ରୁ ଅଧିକ ସୁଦାନ ନାଗରିକଙ୍କର ନରସଂହାର କରାଯାଇଛି। ଏନେଇ ଜାତିସଂଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ପଶ୍ଚିମ ଡାଫୁର ପ୍ରଦେଶର ଆର୍ଦାମାତା ଅଞ୍ଚଳରେ ସୁଦାନ ପାରାମିଲିଟାରୀ ବାହିନୀ ଏବଂ ମିଳିତ ଆରବ ବିଦ୍ରୋହୀଙ୍କ ଦ୍ୱାରା ଏଭଳି କାର୍ଯ୍ୟ କରାଯାଇଥିବା ଜାତିସଂଘ କହିଛି।
ଏପ୍ରିଲ ମଧ୍ୟଭାଗରୁ ସାମରିକ ମୁଖ୍ୟ ଜେନେରାଲ ଅବଦେଲ-ଫତ୍ତାହ ବୁରହାନ ଏବଂ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସର କମାଣ୍ଡର ଜେନେରାଲ ମହମ୍ମଦ ହାମଦାନ ଡାଗାଲୋଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ସୁଦାନାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଭୟ ଜେନେରାଲ ସାମରିକ ବିଦ୍ରୋହ କରି ସରକାର ହଟାଇବାର ୧୮ ମାସ ପରେ ଏହି ଯୁଦ୍ଧ ହୋଇଥିଲା। ଏକ ଜନ ବିଦ୍ରୋହ ପରେ ସୁଦାନର ସ୍ବଳ୍ପକାଳୀନ ଦୁର୍ବଳ ପରିବର୍ତ୍ତନକୁ ସାମରିକ ଶକ୍ତି ସମାପ୍ତ କରିଥିଲା । ଦୀର୍ଘ ଦିନର ଶକ୍ତିଶାଳୀ ଓମାର ଅଲ-ବଶିରଙ୍କ ସରକାରଙ୍କୁ ଏପ୍ରିଲ ୨୦୧୯ରେ ହଟାଇବା ପରେ ଏଭଳି ସ୍ଥିତି ଉପୁଜିଥିଲା।

Share