Categories: ଫୁରସତ

ମହିଳାଙ୍କ ଦେହରେ ୮୦୦ରୁ ଅଧିକ ଟାଟୁ

ଲଣ୍ଡନ: ବର୍ତ୍ତମାନ ଟାଟୁ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଲୋକେ ଶରୀରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଟାଟୁ କରୁଛନ୍ତି। ହେଲେ ନିକଟରେ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ଟାଟୁ ଏତେ ପସନ୍ଦ ଯେ ଶରୀରର ସମସ୍ତ ଜାଗାରେ ଟାଟୁ କରିଦେଇଛନ୍ତି। ରିପୋର୍ଟ ମୁତାବକ, ୪୬ ବର୍ଷୀୟା ମେଲିସା ସ୍ଲୋଆନ୍‌ ତାଙ୍କ ଅଧା ଜୀବନ କେବଳ ଟାଟୁ କରିବାରେ ବିତେଇ ଦେଇଛନ୍ତି। ସେ ତାଙ୍କ ଦେହରେ ଏତେ ସାରା ଟାଟୁ କରିଛନ୍ତି ଯେ, ଏଥିପାଇଁ ତାଙ୍କୁ କେତେଥର ଚାକିରିରୁ ମଧ୍ୟ ବିଦା ହେବାକୁ ପଡ଼ିଛି। ଏହା ପରେ ମଧ୍ୟ ସେ ନିଜ ଶରୀରରେ ଟାଟୁ କରିବାକୁ ନିଜକୁ ରୋକିପାରି ନାହାନ୍ତି। ସେ ୨ ପିଲାଙ୍କ ମା’ ଅଟନ୍ତି। ଅନେକ ଥର ପିଲାଙ୍କ ଆଗରେ ମଧ୍ୟ ତାଙ୍କ ମଜାକ୍‌ ଉଡ଼ିଛି। ମେଲିସାଙ୍କ କହିବା ମୁତାବକ, ତାଙ୍କ ଦେହରେ ୮୦୦ରୁ ଅଧିକ ଟାଟୁ ଅଛି। ତାଙ୍କ ମୁହଁରେ ଏ ପର୍ଯ୍ୟନ୍ତ ଟାଟୁର ୩ ପରସ୍ତ ହୋଇଗଲାଣି। ସେ ଟାଟୁ କରିବା ଟାଇମ୍‌ ପାସ ନୁହେଁ, ଜୀବନର ଏକ ଅଂଶ ବୋଲି ମାନନ୍ତି। ଯଦି ସେ ଟାଟୁ କରିବା ଛାଡ଼ିଦେବେ, ତେବେ ତାଙ୍କ ଶରୀରର ଏକ ଅଙ୍ଗ ନ ଥିବା ସଦୃଶ ହୋଇଯିବ। ଯେତେବେଳେ ମେଲିସାଙ୍କୁ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ତାଙ୍କ ବୟଫ୍ରେଣ୍ଡ ନାମ ଶରୀରରେ ପ୍ରଥମ ଥର ପାଇଁ ଟାଟୁ କରିଥିଲେ। ତା’ ପରଠାରୁ ଟାଟୁ ତାଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି। ତାଙ୍କ ବୟଫ୍ରେଣ୍ଡ ୫୬ ବର୍ଷରେ ମଧ୍ୟ ମେଲିସାଙ୍କ ମୁହଁରେ ଟାଟୁ କରନ୍ତି।

Share