ତାଣ୍ଡବ ରଚିଲା ‘ଇଡାଲିଆ’: ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଓ୍ବାଶିଂଟନ,୩୧ା୮: ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଇଡାଲିଆ’ ବ୍ୟାପକ କ୍ଷତି ଘଟାଇଛି। ଗଲ୍ଫ କୋଷ୍ଟରେ ୫ ମିଟର ପର୍ଯ୍ୟନ୍ତ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଥିଲା। ପ୍ରବଳ ପବନ ଯୋଗୁ ଶହଶହ ଘର ନଷ୍ଟ କରି ଦେବା ସହ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିଲା। ଅନେକ ଗାଁରେ ପାଣି ପଶିଯିବାରୁ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଝଡ଼ ଯୋଗୁ ଆମେରିକାରେ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି। ଏଥିସହିତ ୭୯୫ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ତାମ୍ପା, କ୍ଲିୟରଓ୍ବାଟର ଏବଂ ଟଲାହାସି ବିମାନ ବନ୍ଦର ସମ୍ପୂର୍ଣ୍ଣ ବନ୍ଦ ରହିଛି।

 

Share