୯୭ ପ୍ରତିଶତରୁ ଊର୍ଦ୍ଧ୍ୱ ବୟସ୍କ ନେଲେଣି ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ମହାମାରୀକୁ ଦୂର କରିବା ଲାଗି ଦ୍ରୁତ ଗତିରେ କରାଯାଇଥିବା ଟିକାକରଣକୁ ନେଇ ଏକ ଖୁସିଖବର ସାମ୍ନାକୁ ଆସିଛି। ଦେଶ ୧୦୦ ପ୍ରତିଶତ କରୋନା ଟିକାର ପ୍ରଥମ ଡୋଜ ଲକ୍ଷ୍ୟ ଆଡ଼କୁ ଗତି କରୁଛି। ଜନସଂଖ୍ୟାର ୯୭ ପ୍ରତିଶତରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇସାରିଛି। ଗୁରୁବାର କେନ୍ଦ୍ର ସୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସରକାରଙ୍କ ସହ ସମଗ୍ର ସମାଜର ଉଦ୍ୟମ ହେତୁ ଭାରତ ଭୟଙ୍କର କୋଭିଡ-୧୯ ମହାମାରୀ ସଙ୍କଟ ତୃତୀୟ ଲହରକୁ ରୋକିବାରେ ସକ୍ଷମ ହୋଇପାରିଛି ବୋଲି ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ସ୍ବାସ୍ଥ୍ୟକର୍ମଚାରୀଙ୍କ ସମେତ ଅଗଧାଡ଼ିର କରୋନା ଯୋଦ୍ଧାଙ୍କ ପ୍ରୟାସ ଯୋଗୁ ଟିକାକରଣ ସଫଳ ହୋଇପାରିଛି। ଫଳରେ ଟିକା ଯୋଗୁ କରୋନାର ପ୍ରଭାବୀ ଲକ୍ଷଣ କିଛି ମାତ୍ରାରେ କମ୍‌ ହୋଇପାରିଛି ବୋଲି ମନସୁଖ କହିଛନ୍ତି।

Share