Categories: ଜାତୀୟ

ଦେଶରେ ୫ ଲକ୍ଷରୁ ଅଧିକ ପୋଲିସ ପଦବୀ ଖାଲି, ଉତ୍ତରପ୍ରଦେଶରେ ସର୍ବାଧିକ…

ନୂଆଦିଲ୍ଲୀ, ୧୫।୩ : ଦେଶରେ ୫ ଲକ୍ଷ ୩୦ ହଜାରରୁ ଅଧିକ ପୋଲିସ ପଦବୀ ଖାଲି ପଡ଼ିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷରୁ ଅଧିକ ପଦବୀ ଖାଲି ରହିଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

ଏମ୍‌ପି ଡ. ଟି.ଆର୍‌. ପରିବେନ୍ଦ୍ରଙ୍କ ପକ୍ଷରୁ ପଚରା ଯାଇଥିବା ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଲୋକ ସଭାକୁ ଅବଗତ କରାଇଛନ୍ତି ଯେ, ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଅନୁଯାୟୀ ଦେଶରେ ପୋଲିସ ପଦବୀର ସ୍ବୀକୃତ ସଂଖ୍ୟା ୨୬,୨୩,୨୨୫ ରହିଛି। ମାତ୍ର ୨୦, ୯୧, ୪୮୮ ପଦବୀ ପୂରଣ ହୋଇଛି। ଅପରପକ୍ଷରେ ୨୦୨୦ ଜାନୁୟାରୀ ୧ ସୁଦ୍ଧା ୫, ୩୧,୭୩୭ ପଦବୀ ଖାଲି ପଡ଼ିଛି।

ଖାଲି ପୋଲିସ ପଦବୀରେ ଉତ୍ତରପ୍ରଦେଶ ଆଗରେ ରହିଛି। ଏଠାରେ ୧ ଲକ୍ଷରୁ ଅଧିକ ପୋଲିସ ପଦବୀ ଖାଲି ରହିଥିବାବେଳେ ପଶ୍ଚିମବଙ୍ଗରେ ୫୫,୨୯୪ ଏବଂ ବିହାରରେ ୪୭,୦୯୯ ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀ ଲୋକ ସଭାରେ ସୂଚନା ପ୍ରଦାନ କରିଛନ୍ତି।

Share