Categories: ଜାତୀୟ

ଏକାସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ମନ୍ଦିର ପ୍ରବେଶ ମନା

ଲକ୍ଷ୍ନୌ,୧୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚିନ୍ତାର ବିଷୟ ହୋଇଛି। ଲକ୍ଷ୍ନୌରେ ସଂକ୍ରମିତ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି, ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ କଟକଣା ଲଗାଇଛନ୍ତି। ରାଜ୍ୟର ଧାର୍ମିକ ସ୍ଥାନରେ ୫ରୁ ଅଧିକ ଲୋକ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏବେ କେବଳ ପାଞ୍ଚ ଜଣ ଭକ୍ତଙ୍କୁ ଏକ ସମୟରେ କୌଣସି ଧାର୍ମିକ ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଆସନ୍ତା ସପ୍ତାହରୁ ରମଜାନ ଏବଂ ନବରାତ୍ରୀକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହାକୁ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share