ଅଧାରୁ ଅଧିକ ପଦବୀ ଖାଲି

ଆଠମଲ୍ଲିକ,୧୨।୫: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପ୍ରତି ସରକାରଙ୍କ ଚରମ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେଲା ଏହି ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡ଼ିଛି। ଏପରି କି ଚକ୍ଷୁ ବିଭାଗରେ ବିଶେଷଜ୍ଞ ଓ ଟେକ୍ନିସିଆନ ନ ଥିବାରୁ ରୋଗୀସେବା ଠପ୍‌ ହୋଇଯାଇଛି। ସେହିପରି ଷ୍ଟାଫ୍‌ ନର୍ସଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯାଉ ନାହିଁ। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପଖଣ୍ଡ ଚିକିତ୍ସାଳୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୧୯। ହେଲେ ବର୍ତ୍ତମାନ ମାତ୍ର ୮ ଜଣ ଡାକ୍ତର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମୋଟ୍‌ ୩୦ ଷ୍ଟାଫ ନର୍ସ ପଦବୀ ରହିଥିଲେ ମଧ୍ୟ ୬ ଜଣ କାର୍ଯ୍ୟ କରୁଛନ୍ତି। ୫ ଲାବୋରେଟୋରି ଆସିଷ୍ଟାଣ୍ଟ ପଦବୀ ଖାଲି ପଡ଼ିଛି। ବ୍ଲଡ୍‌ ବ୍ୟାଙ୍କରେ କୌଣସି କର୍ମଚାରୀ ନ ଥିବାବେଳେ ବିଭାଗୀୟ କାର୍ଯ୍ୟାଳୟରେ ୨ ସିନିୟର କିରାଣି ପଦବୀ ଦୀର୍ଘଦିନ ହେବ ପୂରଣ ହେଉନାହିଁ। ୧୦ ଆଟେଣ୍ଡାଣ୍ଟ ପଦବୀ ରହିଥିଲେ ହେଁ ୪ ଜଣ କାର୍ଯ୍ୟରତ ଅଛନ୍ତି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ନ ଥିବାବେଳେ ଭାରପ୍ରାପ୍ତ ଅଧିକାରୀ ଭାବେ ଡାକ୍ତର ସୁନୀଲ କୁମାର ପଣ୍ଡା କାର୍ଯ୍ୟଭାର ସମ୍ଭାଳୁଛନ୍ତି। ୪ ବର୍ଷ ହେଲା ନିଶ୍ଚେତକ ଡାକ୍ତର ପଦବୀ ଖାଲି ପଡିଥିବାରୁ ଶଲ୍ୟ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି। ଦନ୍ତ ଚିକିତ୍ସକ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ବାହାରକୁ ଯାଇଛନ୍ତି। ଶିଶୁ ବିଶେଷଜ୍ଞ ପଦବୀରେ ଜଣେ ଥିଲାବେଳେ ଅନ୍ୟ ପଦବୀ ଖାଲି ପଡିଛି। ଚକ୍ଷୁ ବିଶେଷଜ୍ଞ ଓ ଟେକ୍ନିସିଆନ ପଦବୀ ପୂରଣ ହେଉ ନ ଥିବାରୁ ବିଭାଗରେ ରୋଗୀସେବା ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ଅଭିଯୋଗ ହେଉଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକବାସୀଙ୍କ ସମେତ ପଡ଼ୋଶୀ ବୌଦ୍ଧ ଜିଲାର ବହୁ ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ପ୍ରତ୍ୟହ ପ୍ରାୟ ୨୦୦ ରୋଗୀ ଆଉଟଡୋରକୁ ଆସୁଛନ୍ତି। କିନ୍ତୁ ବିଭିନ୍ନ ବିଭାଗରେ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଅନେକ ରୋଗୀଙ୍କୁ ଚିକିତ୍ସା ସେବା ମିଳିପାରୁ ନାହିଁ। ତୁରନ୍ତ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବାକୁ ଦାବି ହେଉଛି।

ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ
ଖାଲିପଡ଼ିଥିବା ଡାକ୍ତର ଓ ଷ୍ଟାଫ ନର୍ସ ପଦବୀ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅପରେଶନ ପାଇଁ ସପ୍ତାହକୁ ଗୋଟିଏ ଦିନ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନିଶ୍ଚେତକ ଡାକ୍ତର ଆଣିବାର ବ୍ୟବସ୍ଥା ହୋଇଛି।
-ଡାକ୍ତର ସୁନୀଲ କୁମାର ପଣ୍ଡା, ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀ

ସରକାର ଯତ୍ନବାନ ହେବା ଆବଶ୍ୟକ
ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଓ ଷ୍ଟାଫ ଅଭାବ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ସମସ୍ତ ପଦବୀ ପୂରଣ ପାଇଁ ସରକାର ଯତ୍ନବାନ ହେଲେ ଉପଖଣ୍ଡବାସୀ ଉପଯୁକ୍ତ ଚିକିତ୍ସା ସେବା ପାଇପାରିବେ।
-ସନ୍ତୋଷ କୁମାର ହୋତା, କାଉନସିଲର, ୯ନଂ. ଓ୍ବାର୍ଡ

ମୌଳିକ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉ
ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଓ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେବା ଦରକାର। କିନ୍ତୁ ଆଠମଲ୍ଲିକରେ ଏହା ସେତେଟା ଦେଖିବାକୁ ମିଳୁନାହିଁ।
-କମଳାକାନ୍ତ ପ୍ରଧାନ, ନଗର କଂଗ୍ରେସ ସଭାପତି

ଖାଲି ପଦବୀ ଶୀଘ୍ର ପୂରଣ କରାଯାଉ
ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ଓ ଷ୍ଟାଫ ନର୍ସ ପଦବୀ ପୂରଣ ହେବା ଆବଶ୍ୟକ। ଯଥାଶୀଘ୍ର ଏ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ।
-ଦିନେଶ କୁମାର ସିଂହ, ଓକିଲ ସଂଘ ପୂର୍ବତନ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri