କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର ଅଫିସ, ୧ା୫-ବାଲେଶ୍ବର ସହର ସହଦେବଖୁଣ୍ଟା ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୧କେଜି ୩୬୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟିର ଊର୍ଦ୍ଧ୍ୱ ହେବ। ଏହି କାରବାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସହଦେବଖୁଣ୍ଟା ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲିଥିବା ଖବରପାଇ ଭୁବନେଶ୍ବର ଏସ୍‌ଟିଏଫ ଟିମ୍‌ ଚଢ଼ାଉ କରିଥିଲା। ୨ଜଣଙ୍କୁ ଗିରଫ କରାଯିବା ପରେ ସେମାନଙ୍କଠାରୁ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଏପଡିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ଅନ୍ୟ ଅପରାଧିକ କାର୍ଯ୍ୟରେ ମଧ୍ୟ ଲିପ୍ତ ଥିବା ଜଣାପଡ଼ିଥିବା ବେଳେ ଏସ୍‌ଟିଏଫ୍‌ ତଦନ୍ତ ଜୋରଦାର କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।