Categories: ବାଣିଜ୍ୟ

୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କଳାଧନ ଠାବ

ନୂଆଦିଲ୍ଲୀ,୨୨।୧୧: ଆୟକର ବିଭାଗ ପକ୍ଷରୁ ଗୁଜରାଟର ଏକ କମ୍ପାନୀ ଉପରେ ଚଢ଼ାଉ କରାଯାଇ ପ୍ରାୟ ୧୦୦ କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ଏହା ରିୟଲ ଇଷ୍ଟେଟ ଏବଂ କେମିକାଲ ମାନୁଫାକଚରିଂ ଭଳି ବିଜନେସ ସହ ଜଡିତ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ସ୍ଥାନ ଉପରେ ବିଭାଗ ଚଢ଼ାଉ କରିଥିଲା। ବୃହତ୍ତ ପରିମାଣର ଅଘୋଷିତ ଆୟକୁ ଗ୍ରୁପ ପକ୍ଷରୁ ଆସେଟରେ ନିବେଶ କରାଯାଇଥିବା ନଜରକୁ ଆସିଛି। ଟିକସ ଫାଙ୍କିବା ଲାଗି ଗ୍ରୁପ ପକ୍ଷରୁ ବିଭିନ୍ନ ବେଆଇନ କାର୍ଯ୍ୟ କରାଯାଇଛି। ଜାଲ କିଣାବିକା ଇନଭଏସ, ମିଥ୍ୟା ଜିଏସ୍‌ଟି କ୍ରେଡିଟ ଏହା ନେଇଥିବା ଅଭିଯୋଗ ଆସିଛି। ଅଚଳ ସମ୍ପତ୍ତି ନାମରେ ନେଣନେଣ ବାବଦକୁ ଏହା ବିପୁଳ ପରିମାଣର ଅର୍ଥ ହାତେଇଛି। ଚଢ଼ାଉ ବେଳେ ୨.୫ କୋଟିର ନଗଦ ଏବଂ ୧ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଜବତ କରାଯାଇଛି। ଗ୍ରୁପର ୧୬ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି।

Share