ଅମାନିଆଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ତଥାପି ମାନୁ ନାହାନ୍ତି

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ ଡ୍ରାଇଭ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ତେବେ ୧୦ ଦିନରେ ୨ କୋଟି ୯୮ ଲକ୍ଷ ୨୧ ହଜାର ୯୯୦ ଟଙ୍କା ଆଦାୟ କରିଛି। ରାଜ୍ୟର ୧ ଲକ୍ଷ ୧୦ ହଜାର ୫୭ ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଏହି ରାଶି ଆଦାୟ କରାଯାଇଛି। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନ କରିବା ସହ କୋଭିଡ ନିୟମ ଖିଲାପ କରିଥିବାରୁ ଏହି ଜରିମାନା ଆଦାୟ ହୋଇଥିବା ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share