ଦିନକରେ ଆଦାୟ ହେଲା ୨୪ ଲକ୍ଷ ୯୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ ନିୟମ କଡ଼ାକଡି କରାଯାଇଥିବା ବେଳେ କଟକଣା ଉଲ୍ଲଙ୍ଘନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ କରୁଛି। ଗତ ୨୪ ଘଣ୍ଟାରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share