Categories: ଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଖର୍ଚ୍ଚ ହୋଇଛି ୯୦୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ, ୩୦।୪ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ କେନ୍ଦ୍ର ସରକାର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ପାଇଁ ୯,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ୫ ଅଗଷ୍ଟ ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ଯୋଜନା ଅଧୀନରେ ଜମ୍ମୁ-କଶ୍ମୀର ସରକାରଙ୍କୁ ଏହି ରାଶି ପ୍ରଦାନ କରାଯାଇଥିଲା।

ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୦-୨୦୨୧ ରେ ଏହା ଉଲ୍ଲେଖ୍‌ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ମୋଟ ୯,୧୨୦,୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ୪୪୮.୦୪ କୋଟି ଟଙ୍କା ଜମ୍ମୁ- କଶ୍ମୀରର ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିଲା। ଏହା ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜମ୍ମୁ -କଶ୍ମୀର ପାଇଁ ପାଞ୍ଚଟି ଇଣ୍ଡିଆ ରିଜର୍ଭ ବାଟାଲିୟନ, ଦୁଇଟି ବର୍ଡର ବାଟାଲିୟନ ଏବଂ ଦୁଇଟି ମହିଳା ବାଟାଲିୟନ ଗଠନକୁ ମଧ୍ୟ ଅନୁମୋଦନ କରିଛି। ପାଞ୍ଚଟି ଆଇଆର ବାଟାଲିୟନ ପାଇଁ ନିଯୁକ୍ତି ସମାପ୍ତ ହୋଇସାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅନ୍ତର୍ଗତ ୮୦,୦୬୮ କୋଟି ଟଙ୍କା ଘୋଷଣା କରାଯାଇଛି। କରିଛନ୍ତି। ସଡ଼କ ବିଦ୍ୟୁତ୍‌, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ଶିକ୍ଷା, ଜଳ ଉତ୍ସ, କ୍ରୀଡା, ସହରୀ ବିକାଶ, ପ୍ରତିରକ୍ଷା ଏବଂ ପୋଷାକ ଆଦି ୬୩ଟି ପରିଯୋଜନା ରାଜ୍ୟରେ ଜାରି ରହିଛି।

ରିପୋର୍ଟରେ କୁହାଯାଇଛି ଯେ ୬୩ଟି ପ୍ରକଳ୍ପ ମଧ୍ୟରୁ ୫୮,୬୨୭ କୋଟି ଟଙ୍କା ବ୍ୟୟରେ ୫୪ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ କୁହାଯାଇଛି ଯେ ୨୦ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ସେହିପରି ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୩୨,୧୩୬ କୋଟି ଟଙ୍କା ରିଲିଜ ହୋଇଛି। ସେଥିମଧ୍ୟରୁ ୩୦,୫୫୩ କୋଟି ଟଙ୍କା ବ୍ୟବହାର କରାଯାଇଛି।

Share